fbpx

ଗୃହ ବିଭାଗ ବିଜ୍ଞପ୍ତି: ଅବସରପ୍ରାପ୍ତ IPS ସନ୍ତୋଷ କୁମାର ଉପାଧ୍ୟାୟ ଓଡ଼ିଶା ପୋଲିସ ଭର୍ତ୍ତି ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅବସରପ୍ରାପ୍ତ ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଏକ ନୂଆ ଦାୟିତ୍ୱ ମିଳିଛି । ଓଡ଼ିଶା ପୋଲିସ ଭର୍ତ୍ତି ବୋର୍ଡର ଅଧ୍ୟକ୍ଷ ଭାବେ ସନ୍ତୋଷଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସନ୍ତୋଷ ଦୁଇବର୍ଷ ପାଇଁ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ନିୟମ ଓ ସର୍ତ୍ତାବର୍ତ୍ତୀ ଅନୁସାରେ ତାଙ୍କୁ ସମସ୍ତ ସୁବିଧା, ସୁଯୋଗ ଓ ପ୍ରାପ୍ୟ ପ୍ରଦାନ କରାଯିବ । ଏପିଏଚକ୍ୟୁ ପକ୍ଷରୁ ତାଙ୍କୁ ଯାନ ଓ ଅନ୍ୟ ଲଜିଷ୍ଟିକାଲ ସହାୟତା ପ୍ରଦାନ କରାଯିବ । ସେ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ କରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.