fbpx

ରାତି ପାହିଲେ ଶ୍ରୀପଞ୍ଚମୀ, ଜ୍ଞାନଦାତ୍ରୀଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ବାଲିାଟଣା (ଭାସ୍କର ନ୍ୟୁଜ୍‌) : ରାତି ପାହିଲେ ପୂଜା ପାଇବେ ଜ୍ଞାନଦାତ୍ରୀ ଦେବୀ ମା’ ସରସ୍ୱତୀ । ଶ୍ରୀପଞ୍ଚମୀ ପାଇଁ ମା’ଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦବାରେ ଲାଗିଡିଛନ୍ତି ବାଲିପାଟଣାସ୍ଥିତ ପିରିଖାପାଟଣା ଗ୍ରାମର କୁମ୍ଭାର ସାହି କାରିଗର । କରୋନା କଟକଣା ଯୋଗୁଁ ଗଲା ଦୁଇ ବର୍ଷ ହେଲା ମାନ୍ଦାରେ ଚାଲିଛି ମୂର୍ତ୍ତି ବ୍ୟବସାୟ ବୋଲି କୁହନ୍ତି ମୂର୍ତ୍ତି କାରିଗର ସତ୍ୟ ରଞ୍ଜନ ମୁଦୁଲି । ଏଠାରେ ମୂର୍ତ୍ତୀ ଯୋଗାଇବାର ମୁଖ୍ୟ ସ୍ଥଳୀ ହେଉଛି ପିରିଖାପାଟଣା । ମୁଖ୍ୟତ ଏଠାରୁ ଶହଶହ ମୂର୍ତ୍ତୀ ଗାଡିରେ ବାହାରକୁ ପଠାଯାଇଥାଏ । କିନ୍ତୁ ଏବେ କରୋନା କଟକଣା ଯୋଗୁଁ ଛୋଟ ମୂର୍ତ୍ତିର ଚାହିଦା ଅଧିକ ନଥିଲେ ମଧ୍ୟ କିଛିଟା କମ୍‌ ଅଛି କିନ୍ତୁ ବଡ ମୂର୍ତ୍ତିର ଚାହିଦା କମିଯାଇଛି । ସୂଚନାଯୋଗ୍ୟ ଯେ, ଏଠାରେ ୫ରୁ ୧୦ଫୁଟ ଉଚ୍ଚତାର ମୂର୍ତ୍ତି ଅର୍ଡର କରାଯାଇଥାଏ କିନ୍ତୁ କଟକଣା ଯୋଗୁ ଉଚ୍ଚତା କମ୍‌ କରାଯାଇଛି ।

Get real time updates directly on you device, subscribe now.