fbpx

‘ପୁଷ୍ପା’ ଷ୍ଟାଇଲରେ ଚୋରୀ! ଟ୍ରକରୁ ଜବତ ହେଲା ୨ କୋଟି ୪୫ ଲକ୍ଷର ଲାଲଚନ୍ଦନ କାଠ

ମୁମ୍ବାଇ: ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ଫିଲ୍ମ ଆପଣ ମାନେ ନିଶ୍ଚୟ ଦେଖିସାରିଥିବେ । କିପରି ପୋଲିସ୍ ଆଖିରେ ଧୂଳି ଦେଇ ଓ ଖୋଲାଖୋଲି ଭାବରେ ଚ୍ୟାଲେଞ୍ଜ କରି ଲାଲଚନ୍ଦନ କାଠର କାରବାର କରୁଥିଲେ ପୁଷ୍ପା । ଫିଲ୍ମଟି ଏବେ ଚର୍ଚ୍ଚାରେ ରହିଛି । ତେବେ ମହାରାଷ୍ଟ୍ରରେ ଏହିପରି ଏକ ମାମଲା ଏବେ ସାମନାକୁ ଆସିଛି । ସାଙ୍ଗଲୀ ଜିଲ୍ଳାରେ ପୁଷ୍ପା ଫିଲ୍ମ ଷ୍ଟାଇଲ୍ ରେ ହେଉଥିଲା ଲାଲଚନ୍ଦନ କାଠର ଚୋରୀ । ପୋଲିସ୍ ଏବେ ଏହି କାରବାରର ପର୍ଦ୍ଦାଫାସ୍ କରିଛି । ଏକ ଟ୍ରକ୍ ଜବତ କରାଯାଇଛି । ଯେଉଁଥିରୁ ୨ କୋଟି ୪୫ ଲକ୍ଷର ଲାଲଚନ୍ଦନ କାଠ ଜବତ କରାଯାଇଛି । ସାଙ୍ଗଲୀ ପୋଲିସ୍ ଓ ବନ ବିଭାଗର ମିଳିତ ଅପରେସନ୍ ରେ ଏହି ଟ୍ରକ୍ କୁ ଧରାଯାଇଛି ଓ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ମୁତାବକ, ୟାସୀନ୍ ଇନାଥୁଲ୍ଲା ନାମକ ଜଣେ ଅଭିଯୁକ୍ତ କର୍ଣ୍ଣାଟକ-ଆନ୍ଧ୍ର ସୀମା ଦେଇ ମହାରାଷ୍ଟ୍ର ଯାଉଥିଲା । ପୋଲିସ୍ ପାଖରେ ପୂର୍ବରୁ ହିଁ ଏ ସମ୍ପନ୍ଧରେ ସୂଚନା ଥିଲା ଯେ, ଟ୍ରକ୍ ରେ ଲାଲଚନ୍ଦନ କାଠ ଚାଲାଣ ହେଉଛି । ଏହି ସମୟରେ ପୋଲିସ୍ ଅଭିଯୁକ୍ତକୁ ସାଙ୍ଗଲୀ ଠାରୁ ଗିରଫ କରିଥିଲା । ତେବେ ଟ୍ରକ୍ କୁ ଜବତ କରିବା ପରେ ଜଣାପଡ଼ିଥିଲା ଯେ, ଏହି କାରବାର ଫିଲ୍ମ ପୁଷ୍ପା ଦ୍ୱାରା ପ୍ରେରିତ । ବାସ୍ତବରେ ଜବତ ହୋଇଥିବା ଟ୍ରକ୍ ରେ ଲାଲଳଚନ୍ଦନ କାଠ ଉପରେ ଫଳ ପେଟି ସବୁ ରଖାଯାଇଥିବା ଯେପରି ଜଣାପଡ଼ିନି ଯେ, ତଳେ କାଠ ରହିଛି ।

ଖାଲି ସେତିକି ନୁହେଁ ଟ୍ରକ୍ ଉପରେ କୋଭିଡ୍ ଆବଶ୍ୟକ ଜିନିଷର ଷ୍ଟିକର୍ ବି ଲଗାଯାଇଥିଲା । ପୋଲିସ୍ ଆଖିକୁ ଧୂଳି ଦେବାର ସବୁ ଉପାୟ ଆପଣାଯାଇଥିଲା । ପୋଲିସ୍ ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରି ୩୭୯, ୩୪ ଓ ଫରେଷ୍ଟ ଆକ୍ଟ ଅଧୀନରେ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.