fbpx

ସତୀଶ କୌଶିକ ମୃତ୍ୟୁ ମାମଲା ଅପଡେଟ୍‌ : ଫାର୍ମହାଉସ ମାଲିକ ବିକାଶ ମାଲୁଙ୍କ ପତ୍ନୀଙ୍କ ସାଂଘାତିକ ଅଭିଯୋଗ, ପୋଲିସ ନଷ୍ଟ କରୁଛି ପ୍ରମାଣ

ନୂଆଦିଲ୍ଲୀ : ବଲିଉଡ ଅଭିନେତା-ନିର୍ଦ୍ଦେଶକ ସତୀଶ କୌଶିକଙ୍କ ରହସ୍ୟମୟ ମୃତ୍ୟୁ ମାମଲାରେ ନୂଆ ଅପଡେଟ୍ ଆସିଛି । ବ୍ୟବସାୟୀ ତଥା ଫାର୍ମହାଉସ ମାଲିକ ବିକାଶ ମାଲୁ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ପୋଲିସ ତାଙ୍କ ସ୍ୱାମୀଙ୍କ ବିରୋଧରେ ଥିବା ସେ ପ୍ରମାଣ ନଷ୍ଟ କରୁଛି । ତେଣୁ ଏହି ମାମଲାର ଯାଞ୍ଚ ପାଇର୍ ପୋଲି ଅଧିକାରୀ ବଦଳାଇବାକୁ ଦାବି କରିଛନ୍ତି ।

ମହିଳା ଦାବି କରିଛନ୍ତି ଯେ, ସତୀଶ କୌଶିକ ତାଙ୍କ ସ୍ୱାମୀଙ୍କ ବିଜନେସରେ ୧୫ କୋଟି ଟଙ୍କା ବିନିଯୋଗ କରିଥିଲେ । ଏବଂ ପରେ ଟଙ୍କା ଫେରସ୍ତ ପାଇଁ ସେ ଦାବି କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ସତୀଶ କୌଶିକଙ୍କୁ ଟଙ୍କା ଫେରସ୍ତ କରିବାକୁ ଚାହୁଁନାହାଁନ୍ତି ଏବଂ ସେମାନଙ୍କ ଫାର୍ମ ହାଉସରେ ଓଭର ଡୋଜ୍ ମେଡିସିନ୍ ଦେଇ ହତ୍ୟା କରିଛନ୍ତି ।

ମହିଳା ଜଣକ କହିଛନ୍ତି, ଇନ୍ସପେକ୍ଟର / ଆଇଓ ବିଜୟ ସିଂ ଅଭିଯୁକ୍ତ ବିକାଶ ମାଲୁ ଏବଂ ତାଙ୍କ ସହଯୋଗୀମାନଙ୍କ ସହିତ ସଂପୂର୍ଣ୍ଣ ଭାବେ ସହଯୋଗ କରୁଛନ୍ତି । ସମସ୍ତ ଅଭିଯୁକ୍ତ ଫାର୍ମ ହାଉସରେ ଥିଲେ ମଧ୍ୟ ଇନ୍ସପେକ୍ଟର ବିଜୟ ସିଂ ସେମାନଙ୍କୁ ଗିରଫ କରିବା ପରିବର୍ତ୍ତେ ଖସିଯିବାକୁ ସୁଯୋଗ ଦେଇଥିଲେ। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ସିସିଟିଭି ଫୁଟେଜକୁ ଏପର୍ଯ୍ୟନ୍ତ ଜବତ କରାଯାଇ ନାହିଁ । ୧୦ ଦିନର ନୋଟିସ ଦିଆଯାଇଛି । ତେଣୁ ସେ ବିକାଶ ମାଲୁଙ୍କୁ ସିସିଟିଭି ଫୁଟେଜ ନଷ୍ଟ କରିବାକୁ ପର‌୍ୟ୍ୟାପ୍ତ ସୁଯୋଗ ଦେଇଥିଲେ। ସେ କହିଛନ୍ତି ଯେ ମୁଁ ଏହାକୁ ପ୍ରମାଣ କରିବା ପାଇଁ ଭିଡିଓ ରେକର୍ଡିଂ ଯୋଗାଇ ପାରିବି।

Get real time updates directly on you device, subscribe now.