fbpx

ସତେନ୍ଦ୍ର ଜୈନ ମାଲିସ ଘଟଣା: ଆପ କହିଲା ସେ ଫିଜିଓଥେରାପିଷ୍ଟ କିନ୍ତୁ ବାସ୍ତବରେ ବାହାରିଲେ ରେପିଷ୍ଟ

ନୂଆଦିଲ୍ଳୀ: କିଛି ଦିନ ତଳେ ସୋସିଆଲ ମିଡିଆରେ ଆପ ନେତା ସତେନ୍ଦ୍ର ଜୈନଙ୍କ ମାଲିସ ହେଉଥିବାର ଭିଡିଓ ସାମ୍ନାକୁ ଆସିଥିଲା । ତେବେ ଏହି ଘଟଣାରେ ଆପ କରହିଥିଲା ଯେ ତିହାଡ ଜେଲରେ ଜୈନଙ୍କୁ ଯିଏ ମାଲିସ କରୁଥିଲେ ତାଙ୍କୁ ଫିିଜିଓଥେରାପିଷ୍ଟ ବୋଲି କୁହାଯାଇଥିଲା । କିନ୍ତୁ ଏହି ଘଟଣାକୁ ନେଇ ଏବେ ଆଉ ଏକ ଖୁଲାସା ହୋଇଛି । ମିଳିଥିବା ସୂଚନା ଅନୁସାରେ ଭିଡିଓରେ ଯେଉଁ ବ୍ୟକ୍ତ ଜଣଙ୍କ ମାଲସ କରୁଛନ୍ତି ସେ ବାସ୍ତବରେ ଜଣେ ବଳକ୍ରାରୀ ଅଟନ୍ତି । ତାଙ୍କର ନାମ ରିଙ୍କୁ ଅଟେ ଆଉ ସେ ନାବାଳିକାଙ୍କୁ ରେଫ କରିବା କେସରେ ବର୍ତ୍ତମାନ ଜେଲରେ ଅଛନ୍ତି ।

ସତେନ୍ଦ୍ର ଜୈନ ମାଲିସ ଘଟଣା: ଆପ କହିଲା ସେ ଫିଜିଓଥେରାପିଷ୍ଟ କିନ୍ତୁ ବାସ୍ତବରେ ବାହାରିଲେ ରେପିଷ୍ଟ, ଜେଲର ଅଧିକାରୀଙ୍କ ସୂଚନାଅନୁସାରେ ଭିଡିଓରେ ଯିଏ ମାଲିସ କରୁଚି ତାହାର ପରିଚୟର ଖୁଲାସା ହୋଇଛି । ତାଙ୍କ ଉପରେ ଧାରା୬ ଆଇପିସିର ୩୭୬,୫୦୬ ଏବଂ ୫୦୯ ଧାର ଜାରି କରାଯାଇଛି ।

ସୂଚନାମୂତାବକ ଗତଶନିବାର ଦିନ ସତେନ୍ଦ୍ର ଜୈନଙ୍କର ମସାଜର ଏକ ସିିସିଟିଭି ଫୁଟେଜ ଭାଇରାଲ ହେଉଥିଲା । ଜେଲ ଭିରେ ରହି ମଧ୍ୟ ତାଙ୍କୁ କେଉଁଭଳି ୫ତାରକା ସେବା ଯୋଗାଇ ଦିଆଯାଉଥିଲା ଏହା ଉପରେ ବିରୋଧୀ ମାନେ ଅଭିଯୋଗ କରିଥିଲେ। ଏହି ଅଭିଯୋଗରେ ଆପର ମୁଖିଆଙ୍କ ଉପରେ ବିରୋଧୀମାନେ ଆରୋପ ଲଗାଇବା ଆରମ୍ଭ କରିଦେଇଥିଲେ ।

ତେବେ ଏହି ଘଟଣାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆପ ନେତା ମନିଷ ସିସୋଦିଆ କହିଥିଲେ ଯେ ସତେନ୍ଦ୍ର ଜୈନଙ୍କର ସ୍ପାଇନ ଅପରେସନ ହୋଇଥିଲା । ଡାକ୍ତର ତାଙ୍କୁ ଫିଜିଓଥେରାପି ନେବା ପାଇଁ ପରାମର୍ଶ ଦେଇଥିଲେ । ଯାହା ପାଇଁ ତାଙ୍କୁ ଜେଲରେ ତାହା ଯୋଗାଇ ଦିଆଯାଉଛି । ତେବେ ଏହି ଘଟଣାର ବିବରଣୀ ସେ ପ୍ରେସ କନଫରେନ୍ସ ମାଧ୍ୟମରେ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.