fbpx

ମୋଦୀଙ୍କୁ ହତ୍ୟା ଷଡଯନ୍ତ୍ର ; ପୋଲିସକୁ ମିଳିଲା ହ୍ୱାଟ୍ସଆପରେ ମେସେଜ

ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ନିର୍ବାଚନ ପାଇଁ ବ୍ୟସ୍ତ ଅଛନ୍ତି । ସେ ତାଙ୍କ ଦଳକୁ ଜିତାଇବା ପାଇଁ ଗୁଜୁରାଟ ଗସ୍ତ କରିଥିବା ବେଳେ, ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚାଯାଇଛି । ତେବେ ମୁମ୍ବାଇ ଟ୍ରାଫିକ ପୋଲିସର ହ୍ୱାଟ୍ସ ନମ୍ବରରେ ଏହି ହତ୍ୟା ଧମକ ଦିଆଯାଇଥିବା ଜଣାପଡିଛି। ଏନେଇ ଟ୍ରାଫିକ ପୋଲିସ ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି । ଏତତ୍ ବ୍ୟତୀତ ଏ ସମ୍ପର୍କରେ ୱର୍ଲି ପୋଲିସ ଷ୍ଟେସନରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ତେବେ ଯେଉଁ ଫୋନ୍ ନମ୍ବରରୁ ଧମକ ମିଳିଥିଲା ସେ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି।

ତେବେ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାର ଧମକ ଆସିଛି । ମୁମ୍ବାଇ ଟ୍ରାଫିକ ପୋଲିସର ହ୍ୱାଟ୍ସଆପ ନମ୍ବରେ ଏହି ଧମକ ଆସିଥିବା ଜଣାପଡିଛି । ତେବେ ଯେଉଁ ନମ୍ବରରୁ ମୋଦୀଙ୍କୁ ହତ୍ୟା କରିବାର ଧମକ ଆସିଛି ସେହି ନମ୍ବର ଟି ଭାରତର ବୋଲି ସୂଚନା ମିଳିଛି । ପୋଲିସ ସୂତ୍ର ଅନୁଯାୟୀ ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲର ହ୍ୱାଟ୍ସଆପ୍ ନମ୍ବରରେ ୭ ଟି ଅଡିଓ କ୍ଲିପ୍ ଆସିଛି । ଯେଉଁଥିରେ ଦୁଇଜଣ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ରଚିଥିବା ଜଣା ପଡିଛି ।

ତେବେ ହ୍ୱାଟ୍ସଆପ୍ ରେ ଅଡିଓ କ୍ଲିପ୍ ସହିତ କିଛି ଡକ୍ୟୁମେଣ୍ଟ୍ ମଧ୍ୟ ପଠାଯାଇଛି। ଟ୍ରାଫିକ ପୋଲିସ ଏହି ସମସ୍ତ ତଥ୍ୟ ମୁମ୍ବାଇ ପୋଲିସ କ୍ରାଇମ ବ୍ରାଞ୍ଚ ଏବଂ ଷ୍ଟେଟ ଇଣ୍ଟେଲିଜେନ୍ସକୁ ହସ୍ତାନ୍ତର କରିଛି । ତେବେ ଏହି ଅଡିଓ କିଏ ଆଉ କେଉଁଠାରୁ ପଠାଇଛି ତାହା ତଦନ୍ତ ଚାଲିଥିବା ବେଳେ ସତର୍କ ହୋଇଛି ମୁମ୍ବାଇ ପୋଲିସ ।

Get real time updates directly on you device, subscribe now.