fbpx

ଶୋଇଥିବା ଲୋକଙ୍କ ଉପରେ ଡେଇଁ ଚାଲିଯିବା କାହିଁକି ହୋଇଥାଏ ଅଶୁଭ ? ସିଧା ଭଗବାନଙ୍କ ସହ ଜଡ଼ିତ ଏହାର କାରଣ!

ଶୋଇଥିବା ଲୋକଙ୍କୁ ଡେଇଁକି ଯିବା ଉଚିତ୍ ନୁହେଁ ବୋଲି ଆପଣମାନେ ତ ନିଶ୍ଚିତ ଶୁଣିଥିବେ । ଏହାର ଅର୍ଥ ଶୋଇଥିବା ଲୋକଙ୍କୁ ଅତିକ୍ରମ କରି ଯିବା ଉଚିତ୍ ନୁହେଁ । ଏହାର ପଛରେ ଅନେକ କାରଣ ରହିଛି । ବିଶ୍ୱାସ ରହିଛି କି, ଏପରି କରିବା ଦ୍ୱାରା ବ୍ୟକ୍ତି ଉଚ୍ଚତା ବଢ଼ିବା ବନ୍ଦ ହୋଇଯାଏ । ଅବଶ୍ୟ ଜଣେ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ଅତିକ୍ରିମ କରିବାକୁ ବାରଣ କରାଯାଇଛି । ଏହାର କାରଣ ମହାଭାରତର ଏକ ଘଟଣା ସହ ଜଡ଼ିତ ରହିଛି ।

ମହାଭାରତରେ ଏକ ଘଟଣା ବିଷୟରେ କୁହାଯାଇଛି । ଏହି ଅନୁଯାୟୀ, ଥରେ ମହାବଳି ଭୀମ କୌଣସି ସ୍ଥାନକୁ ଯାଉଥିଲେ ଏବଂ ହନୁମାନ ଏକ ପୁରୁଣା ମାଙ୍କଡ଼ ରୂପରେ ଶୋଇଥିବାର ଦେଖିବାକୁ ପାଇଥିଲେ । ହନୁମାନ ଏପରି ଭାବରେ ଶୋଇଥିଲେ ଯେ ତାଙ୍କ ଲାଞ୍ଜ ଯୋଗୁଁ ସମଗ୍ର ରାସ୍ତା ବନ୍ଦ ହୋଇଯାଇଥିଲା । ଯଦି ଭୀମ ଚାହିଁଥାନ୍ତେ ତେବେ ସେ ଲାଞ୍ଜ ଅତିକ୍ରମ କରି ନିଜ ରାସ୍ତାରେ ଯାଇଥାନ୍ତେ, କିନ୍ତୁ ସେ ତାହା କରିନଥିଲେ ଏବଂ ଲାଞ୍ଜକୁ ଟିକିଏ ରାସ୍ତାରୁ ହଟାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ମହାବଳି ଭୀମଙ୍କ ସମସ୍ତ ଚେଷ୍ଟା ପରେ ମଧ୍ୟ ଲାଞ୍ଜ ଆଦୌ ହଲିନଥିଲା । ତା’ପରେ ଭୀମ ବୁଝିପାରିଲେ ଯେ ଏହି ବୃଦ୍ଧ ବାନର ସାଧାରଣ ନୁହଁନ୍ତି । ଏହା ପରେ ହନୁମାନ ନିଜର ପରିଚୟ ଦେଲେ ଏବଂ ତାଙ୍କର ବିରାଟ ରୂପ ଦେଖାଇଲେ । ଏହା ସହ ଯୁଦ୍ଧରେ ଜିତିବା ପାଇଁ ଭୀମଙ୍କୁ ଆଶୀର୍ବାଦ ମଧ୍ୟ ଦେଇଥିଲେ ।

ଲାଞ୍ଚକୁ ଅତିକ୍ରମ କରି କାହିଁକି ଆଗକୁ ଚାଲିଗଲନି ବୋଲି ଭୀମଙ୍କୁ ପ୍ରଶ୍ନ କରିଥିଲେ ହନୁମାନ । ଏହାର ଉତ୍ତର ଦେବାକୁ ଯାଇ ଭୀମ କହିଥିଲେ ଯେ, ‘ଜଗତର ସମସ୍ତ ପ୍ରାଣୀଙ୍କଠାରେ ଈଶ୍ୱରଙ୍କ ଅଂଶ ରହିଛି । ଏପରି କ୍ଷେତ୍ରରେ କୌଣସି ପ୍ରାଣୀକୁ ଅତିକ୍ରମ କରିବା ଭଗବାନଙ୍କୁ ଅସମ୍ମାନ କରିବା ସହ ସମାନ ।’ ସେବେଠାରୁ ଏହି ପରମ୍ପରା ଚାଲିଛି କି କୌଣସି ଶୋଇଥିବା ବ୍ୟକ୍ତିଙ୍କୁ ଅତିକ୍ରମ କରିବା ଉଚିତ୍ ନୁହେଁ, ନଚେତ୍ ଭଗବାନଙ୍କ ଅପମାନ ହୋଇଥାଏ ।

Get real time updates directly on you device, subscribe now.