fbpx
BJD SKY
BJD SKY

Alert from SBI: ଠକାମିର ୩ ଦିନ ଭିତରେ ସୂଚନା ଦିଅନ୍ତୁ, ନଚେତ୍ କ୍ଷତିରେ ପଡ଼ିବେ, ୫୦ କୋଟି ଗ୍ରାହକଙ୍କୁ ବ୍ୟାଙ୍କର ଚେତାବନୀ

BJD

ନୂଆଦିଲ୍ଲୀ: ଦିନକୁ ଦିନ ଇଣ୍ଟରନେଟର ବ୍ୟବହାର ବଢ଼ି ଚାଲିଥିବା ବେଳେ ସାଇବର ଫ୍ରଡଙ୍କ କାରନାମା ମଧ୍ୟ ବଢ଼ିବାରେ ଲାଗିଛି । ଅନେକ ସମୟରେ ସାମାନ୍ୟ ଭୁଲ୍ କାରଣରୁ ବ୍ୟାଙ୍କ ଗ୍ରାହକମାନେ ହଜାର ହଜାର ଟଙ୍କାର କ୍ଷତି ସହୁଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ତା’ର ୫୦ କୋଟି ଗ୍ରାହକଙ୍କ ପାଇଁ ଚେତାବନୀ ଜାରି କରିଛି ।

ଏସବିଆଇ ପକ୍ଷରୁ କୁହାଯାଇଛି, ଅନେକ ସମୟରେ ଗ୍ରାହକଙ୍କୁ ନିକଟକୁ ଆକାଉଣ୍ଟ ବନ୍ଦ ହୋଇଯିବା ନେଇ ମେସେଜ୍ ଆସିଥାଏ । ଏସବିଆଇ ତରଫରୁ ଏପରି କୌଣସି ମେସେଜ୍ ପଠାଯାଇ ନଥାଏ । ଏହା ହେଉଛି ଫର୍ଜି ମେସେଜ୍, ତେଣୁ ସମସ୍ତ ଗ୍ରାହକ ଏନେଇ ସାବଧାନ ରହିବା ଆବଶ୍ୟକ । ଗ୍ରାହକମାନେ ଏନେଇ କୌଣସି ଜବାବ ଦେବା ଅନୁଚିତ । ଠକମାନେ ଗ୍ରାହକଙ୍କ ନିକଟକୁ ଏପରି ମେସେଜ୍ ପଠାଇ ଅର୍ଥ ହଡ଼ପ କରିନେଇଥାନ୍ତି ।

ଠକମାନେ ମେସେଜରେ ଲେଖିଥାନ୍ତି, ‘ପ୍ରିୟ ଏସବିଆଇ ଗ୍ରାହକ । ଆପଣଙ୍କର ଆକାଉଣ୍ଟ ଆଜି ବ୍ଲକ କରିଦିଆଯିବ । ଦୟାକରି ନିଜର ପ୍ୟାନ କାର୍ଡ ନମ୍ବରକୁ ଅପଡେଟ କରିବା ପାଇଁ ଲିଙ୍କ ଉପରେ କ୍ଲିକ କରନ୍ତୁ ।’ ଏପରି ମେସେଜ ଆସିଲେ ଦୟାକରି ଗ୍ରାହକମାନେ ଜବାବ ଦିଅନ୍ତୁ ନାହିଁ । ସଙ୍ଗେସଙ୍ଗେ [email protected] ରେ ରିପୋର୍ଟ କରନ୍ତୁ । ଏଥିପାଇଁ ସାଇବର କ୍ରାଇମ ହେଲପଲାଇନ ନମ୍ବର ୧୯୩୦କୁ ମଧ୍ୟ ଆପଣମାନେ କଲ୍ କରିପାରିବେ । ଏଥିସହିତ https://cybercrime.gov.in/ ରେ ମଧ୍ୟ ଅଭିଯୋଗ କରିପାରିବେ ।

ସାଧାରଣ ଭାବେ ବ୍ୟାଙ୍କିଂ ଫ୍ରଡ ହେଲେ ଅଧିକାଂଶ ଲୋକ କିଛି ନକରି ଚୁପ୍ ବସିଯାଇଥାନ୍ତି । ଠକାମିର ଶିକାର ହେବା ପରେ ସଙ୍ଗେସଙ୍ଗେ ବ୍ୟାଙ୍କକୁ ଏହି ସୂଚନା ଦେଇ ଆପଣମାନେ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ପାଇପାରିବେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କୁହାଯାଇଛି । ସାଇବର ଫ୍ରଡ୍ ପାଇଁ ବ୍ୟାଙ୍କ ଇନସ୍ୟୁରାନ୍ସ ପଲିସୀ ନେଇଥାଏ । ତେଣୁ କାର୍ଯ୍ୟାନୁଷ୍ଠାନ ପରେ ବ୍ୟାଙ୍କ ବୀମା କମ୍ପାନୀଠାରୁ ଅର୍ଥ ଆଣି ଆପଣଙ୍କର କ୍ଷତି ଭରଣା କରିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଠକାମିର ସୂଚନା ଆପଣଙ୍କୁ ୩ ଦିନ ଭିତରେ ଦେବାକୁ ପଡ଼ିବ । ଏପରି ହେଲେ ଆପଣଙ୍କ ଅର୍ଥ ୧୦ ଦିନ ଭିତରେ ଫେରି ଆସିପାରିବ । ୪-୭ ଦିନ ଭିତରେ ରିପୋର୍ଟ କଲେ ଗ୍ରାହକଙ୍କୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡ଼ିଥାଏ ।

Get real time updates directly on you device, subscribe now.