fbpx
BJD SKY
BJD SKY

ଘାଟିରୁ ଖସିଲା କାର: ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

BJD

କୋରାପୁଟ: କୋରାପୁଟ ପଟାଙ୍ଗୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଘାଟିରୁ କାର ଖସି ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଛତିଶଗଡ଼ରୁ ଆନ୍ଧ୍ର ଅଭିମୁଖେ କାର ଯାତ୍ରା କରୁଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ପଟ୍ଟାଙ୍ଗୀର ଯୋଡ଼ିମାଦେଲି ଥାନା ଯୋଡ଼ିମାଦେଲି ଘାଟିରେ କାର ଦୁର୍ଘଟଣା ଘଟିଛି । ଘାଟି ତଳକୁ କାର୍ ଖସି ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏଥିରେ ଜଣେ ଗୁରୁତର ଅଛନ୍ତି । ଗୁରୁତରଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଛି । କାରଟି ଛତିଶଗଡ଼ରୁ ଆନ୍ଧ୍ର ଅଭିମୁଖେ ଯାଉଥିଲା । କାରରେ ଶାଶୁ-ଶ୍ୱଶୁର ଏବଂ ଝିଅ-ଜ୍ୱାଇଁ ଯାଉଥିଲେ । ଗୁରୁତର ବ୍ୟକ୍ତ ଜଣଙ୍କ ପୁରୁଷ, ଶ୍ୱଶୁର କି ଜ୍ୱାଇଁ ସ୍ପଷ୍ଟ ହୋଇନାହିଁ ।

ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ପଟ୍ଟାଙ୍ଗୀ ଥାନା ପୋଲିସର ତଦନ୍ତ ଚାଲିଛି ।

Get real time updates directly on you device, subscribe now.