fbpx

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ସୁଯୋଗ: ନଭେମ୍ବର ୧୬ ଆବେଦନର ଅନ୍ତିମ ତାରିଖ

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ହାଇକୋର୍ଟ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ଜୁନିୟର ଷ୍ଟେନୋଗ୍ରାଫର ପଦରେ ନିଯୁକ୍ତି ଦିଆଯିବ । ୟୁଆର, ସାମାଜିକ ଓ ଆର୍ଥିକ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀମାନେ ଏଥିରେ ଆବେଦନ କରିପରିବେ ।

ଏଥିପାଇଁ ନଭେମ୍ବର ମାସ ୨ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ୧୬ ତାରିଖରେ ତାହା ସମାପ୍ତ ହେବ । ପ୍ରାର୍ଥୀଙ୍କୁ ୨୫,୫୦୦- ୮୧,୧୦୦ ଲେବଲ-୭ ପେ’ ସ୍କେଲରେ ବେତନ ପ୍ରଦାନ କରାଯିବ । ମୋଟ ୩୬ଟି ପଦ ଖାଲି ରହିଥିବା ବେଳେ ୟୁଆରଙ୍କ ପାଇଁ ୧୧ଟି, ସାମାଜିକ ଓ ଆର୍ଥକ ପଛୁଆ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୫ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୮ଟି, ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୧୨ଟି ପଦ ଖାଲି ରହିଛି ।

ଚଳିତ ମାସ ୨ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୨ ବର୍ଷ ହୋଇଥିବା ଆବଶ୍ୟକ । ଏସସି, ଏସଟି, ଏସଇବିସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ଓ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ୧୦ ବର୍ଷର ବୟସ କୋହଳ କରାଯିବ । ପ୍ରାର୍ଥୀ ଯେ କୌଣସି ସ୍ୱିକୃତୀପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ କରିବା ସହିତ ମିନିଟକୁ ଶର୍ଟହାଣ୍ଡରେ ୮୦ଟି ଶବ୍ଦ ଓ ୪୦ଟି ଶବ୍ଦ ଟାଇପିଂ କରିପାରୁଥିବେ । ଏଥିସହିତ କମ୍ପ୍ୟୁଟର ଆପ୍ଲିକେସନରେ ଆବଶ୍ୟକ ଜ୍ଞାନ ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ଇଂରାଜୀ ବିଷୟ ଟେଷ୍ଟ, କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟ ସହିତ ଦକ୍ଷତା ଟେଷ୍ଟରେ କ୍ୱାଲିଫାଏ କରିବାକୁ ପଡ଼ିବ ।

ନୋଟିଫିକେସନ ଲିଙ୍କ: https://www.orissahighcourt.nic.in/recruitment-corner-pdf-view/176/

Get real time updates directly on you device, subscribe now.