fbpx
BJD SKY
BJD SKY

କୋଟି କୋଟି ନିବେଶକ ଚିନ୍ତାରେ: ସୁବ୍ରତଙ୍କ ମୃତ୍ୟୁ ପରେ ନିବେଶ ଅର୍ଥ ମିଳିବ ନା ନାହିଁ, କ’ଣ କହୁଛି SEBIର ନିୟମ

BJD

ନୂଆଦିଲ୍ଲୀ: ସାହାରା ଗ୍ରୁପର ମୁଖ୍ୟ ସୁବ୍ରତ ରୟ ୭୫ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଦେଶ ବିଦେଶରୁ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ତେବେ ସାହାରା ଗ୍ରୁପର କୋଟି କୋଟି ନିବେଶକଙ୍କ କୋଟି କୋଟି ଟଙ୍କା ଏବେ ବି ପଡ଼ି ରହିଛି । ତେଣୁ ସୁବ୍ରତଙ୍କ ବିୟୋଗ ପରେ ନିବେଶକମାନେ ସେମାନଙ୍କର ଅର୍ଥ ଫେରିବାକୁ ନେଇ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ।

ନିବେଶକଙ୍କୁ ସେମାନଙ୍କର ଅର୍ଥ ଫେରସ୍ତ ନେଇ ଗତ ଜୁଲାଇ ମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାହାରା ରିଫଣ୍ଡ ପୋର୍ଟାଲ ଲଞ୍ଚ କରିଥିଲେ । ଏହାପରେ ଅଗଷ୍ଟ ମାସ ୪ ତାରିଖରେ ଜମାକାରୀଙ୍କ ଖଳତାକୁ କ୍ଲେମ ଅର୍ଥ ଟ୍ରାନ୍ସଫର କରାଯାଇଥିଲା । ପ୍ରଥମ କିସ୍ତିରେ ୧୧୨ ଜଣ ଜମାକାରୀଙ୍କୁ ୧୧ ଲକ୍ଷ ୨୦ ହଜାର ଟଙ୍କା ଫେରସ୍ତ କରାଯାଇଥିଲା । ପ୍ରଥମ କିସ୍ତିରେ ନିବେଶକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଅର୍ଥ ଫେରସ୍ତ କରାଯାଇଥିଲା ।

ତେବେ ସାହାରା ମୁଖ୍ୟ ସୁବ୍ରତଙ୍କର ଅଚାନକ ବିୟୋଗ ପରେ ନିବେଶ ଅର୍ଥ ଫେରି ପାଇବା ନେଇ ଏବେ ବହୁ ନିବେଶକ ଟେନସନରେ ରହିଛନ୍ତି । ପାଖାପାଖି ୩ କୋଟି ନିବେଶକଙ୍କୁ ସୁଧ ସହ ଅର୍ଥ ଫେରସ୍ତ ପାଇଁ ଗତ ୨୦୧୨ ମସିହାରେ ସୁପ୍ରିମକୋର୍ଟ ସାହାରାକୁ ନିର୍ଦ୍ଦେଶ ଦେଇଥିଲେ । ନିବେଶକଙ୍କୁ ଅର୍ଥ ଫେରସ୍ତ ପାଇଁ ସାହାରା ଗ୍ରୁପର ୪ଟି କମିଟି ଉତ୍ତରଦାୟୀ ରହିଛନ୍ତି ।

ଗତ ୧୧ ବର୍ଷ ମଧ୍ୟରେ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ସାହାରର ଦୁଇଟି କମ୍ପାନୀର ନିବେଶକଙ୍କୁ ୧୩୮.୦୭ କୋଟି ଫେରସ୍ତ କରିଛି । ଏଥିସହିତ ସ୍ପେଶାଲ ଭାବେ ଖୋଲାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିବା ରାଶି ବୃଦ୍ଧି ପାଇ ୨୫ ହଜାର କୋଟିରୁ ଅଧିକ ହୋଇଯାଇଛି । ନିବେଶକଙ୍କ ଅର୍ଥ ସେବି ନିକଟରେ ରହିଛି । ତେଣୁ ଅନଲାଇନରେ ଆବେଦନ କରିଥିବା ନିବେଶକଙ୍କୁ ସେମାନଙ୍କର ଅର୍ଥ ନିଶ୍ଚିତ ମିଳିବ ।

Get real time updates directly on you device, subscribe now.