fbpx

SBI Credit Card, LPG Gas ଏବଂ FashTag… ଏପ୍ରିଲ ୧ ତାରିଖରୁ ବଦଳିଯିବ ଏହିସବୁ ନିୟମ: ଜାଣି ରଖନ୍ତୁ ଡିଟେଲ୍ସ

ଓଡ଼ିଶା ଭାସ୍କର: ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ । ବର୍ଷ ପରିବର୍ତ୍ତନ ସହ ବଦଳିଯିବ ଆହୁରି ଅନେକ କିଛି ନିୟମକାନୁନ । ୨୦୨୪-୨୫ ଆର୍ଥିକ ବର୍ଷ ଆରମ୍ଭ ହେବା ମାତ୍ରେ ଆପଣଙ୍କ ଜୀବନରେ ଟଙ୍କା ଏବଂ ସଞ୍ଚୟ ସହ ଜଡ଼ିତ ଅନେକ ପ୍ରମୁଖ ନିୟମରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଫାଷ୍ଟାଗ୍, ପର୍ସନାଲ ଫାଇନାନ୍ସ, ଇନଭେଷ୍ଟମେଣ୍ଟ ସ୍କିମ ଏବଂ ଆହୁରି ଅନେକ କିଛି ପରିବର୍ତ୍ତନ ହେବ ।

ଫାଷ୍ଟାଗ୍: ଏପ୍ରିଲ ୧ ତାରିଖରୁ ଫାଷ୍ଟାଗ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଯଦି ନିଜ ଗାଡ଼ିର ଫାଷ୍ଟାଗ ବ୍ୟାଙ୍କର କେୱାଇସି ସହ ଅପଡେଟ କରିବା ବାଧ୍ୟତାମୂଳକ ହେବ । ନଚେତ ଏପ୍ରିଲ ୧ ତାରିଖରୁ ଏଥିରେ ସମସ୍ୟା ଦେଖା ଦେଇପାରେ । ତେଣୁ ଯଥାଶୀଘ୍ର ଏହାକୁ ଅପଡେଟ କରନ୍ତୁ, କାରଣ ମାର୍ଚ୍ଚ ୩୧ ପରେ କେୱାଇସି ନଥିବା ବ୍ୟାଙ୍କ ଡିଆକ୍ଟିଭ ବା ବ୍ଲକଲିଷ୍ଟ କରି ଦିଆଯିବ । ଏହାପରେ ଫାଷ୍ଟାଗରେ ବାଲାନ୍ସ ଥିଲେ ମଧ୍ୟ ପେମେଣ୍ଟ କରି ହେବନାହିଁ । ଯାହା ଫଳରେ ଟୋଲ ପ୍ଲାଜାରେ ଦୁଇ ଗୁଣ ଟାକ୍ସ ଦେବାକୁ ଚାଳକ ବାଧ୍ୟ ହେବେ ।

ପାନ୍-ଅଧାର ସଂଯୋଗର ଶେଷ ତାରିଖ: ପାନ୍ କାର୍ଡକୁ ଆଧାର କାର୍ଡ ସହ ସଂଯୋଗ କରିବା ପାଇଁ ଅନେକ ଥର ଡେଡଲାଇନ ବୃଦ୍ଧି ପରେ ଚଳିତବର୍ଷ ମାର୍ଚ୍ଚ ୩୧କୁ ସ୍ଥିର କରାଯାଇଛି । ଏହାପରେ ଯେଉଁ ବ୍ୟକ୍ତିଙ୍କ ପାନ୍ ପାର୍ଡ ଆଧାର ସହ ଲିଙ୍କ ହୋଇ ନଥିବ ତାହାକୁ ରଦ୍ଦ କରି ଦିଆଯିବ । ଯାହା ପଳରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା କିମ୍ବା ବଡ଼ ଟ୍ରାଞ୍ଜାକ୍ସନ କରିବାରେ ୟୁଜର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏଥିପାଇଁ ୧୦୦୦ ଟଙ୍କାର ଜରିମାନା ମଧ୍ୟ ଲାଗୁ ହୋଇପାରେ ।

ଏସବିଆଇ କ୍ରେଡିଟ କାର୍ଡ: ଏସବିଆଇ କ୍ରେଡିଟ କାର୍ଡ ଥିଲେ ଏପ୍ରିଲ ୧ ତାରିଖରୁ ଆପଣଙ୍ ପାଇଁ ମଧ୍ୟ ନିୟମ ପରିବର୍ତ୍ତନ ହେବ । ଏହି ଦିନ ପରେ କୌଣସି ରେଣ୍ଟ ପେମେଣ୍ଟ କଲେ ଏଥିରେ ରିୱାର୍ଡ ପଏଣ୍ଟ ମିଳିପାରିବ ନାହିଁ । ଏପ୍ରିଲ ୧ ତାରିକରୁ କିଛି କ୍ରେଡିଟ କାର୍ଡରେ ଏହି ନିୟମ ଲାଗୁ ହେବ । କିନ୍ତୁ କ୍ରେଡିଟ କାର୍ଡରେ ,ହି ନିୟମ ଏପ୍ରିଲ ୧୫ ତାରିଖରୁ ଲାଗୁ କରାଯିବ ।

ଏଲପିଜି ଗ୍ୟାସର ନୂଆ ନିୟମ: ଦେଶବ୍ୟାପୀ ପ୍ରତି ମାସ ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡରର ମୂଲ୍ୟ ନିର୍ଦ୍ଧାରଣ କରାଯାଏ । ପ୍ରତି ମାସ ଭଳି ଆସନ୍ତା ଏପ୍ରିଲ ୧ ତାରିଖରେ ମଧ୍ୟ ଗ୍ୟାସ ଦର ପରିବର୍ତ୍ତନ ହେବ । ତେବେ ନିର୍ବାଚନ ଆଚାର ସଂହିତା ଲାଗୁ ହୋଇଥିବାରୁ ଏଥିରେ ପରିବର୍ତ୍ତନ ହେବା ନେଇ ଆଶଙ୍କା ରହିଛି । ତେଣୁ ଚଳିତ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ବାକି ଥିବା ସମସ୍ତ କାର୍ଯ୍ୟ ଶେଷ କରିନିଅନ୍ତୁ । ନଚେତ ଏପ୍ରିଲ ୧ ତାରିଖ ପରେ ଆପଣ ବହୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

Get real time updates directly on you device, subscribe now.