fbpx

ଅନୀଲ କପୁରଙ୍କ ‘ଡର’ ଶାହରୁଖ ଖାନଙ୍କୁ କରିଥିଲା ‘ବାଜିଗର’, ଜାଣନ୍ତୁ ୩୧ ବର୍ଷ ପୂର୍ବର ଘଟଣା ବିଷୟରେ..

ମୁମ୍ବାଇ: ଆଜି ଶାହାରୁଖ ଖାନ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଯେଉଁ ସ୍ଥାନରେ ଅଛନ୍ତି, ତାଙ୍କୁ ଏହି ଯାଗାରେ ପହଁଚାଇବା ପାଇଁ ୧୯୯୩ରେ ରିଲିଜ ହୋଇଥିବା ଫିଲ୍ମ ବାଜିଗରର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିରେ ସେ ଏକ ଗ୍ରେ-ଶେଡ କ୍ୟାରେକ୍ଟର ପ୍ଲେ କରିଥିଲେ । ତାଙ୍କ ଚରିତ୍ରର ନାମ ଥିଲା ଅଜୟ ଶର୍ମା । ଏହି ଫିଲ୍ମରେ ଶାହରୁଖ ଖାନ ଏପରି ଅଭିନୟ କରି ହିଟ ହୋଇଥିଲେ, ଯାହାକି ୩୧ ବର୍ଷ ପରେ ମଧ୍ୟ ତାଙ୍କୁ ଏହି ଫିଲ୍ମ ପାଇଁ ପ୍ରସଂଶା ମିଳେ । ତେବେ ଏହି ଫିଲ୍ମ ପାଇଁ ଶାହରୁଖ ଖାନ ଫିଲ୍ମ ମେକର୍ସଙ୍କ ପ୍ରଥମ ପସନ୍ଦ ନଥିଲେ । ଅନୀଲ କପୁରଙ୍କ ଏକ ଡର କାରଣରୁ ସେ ଏହି ଫିଲ୍ମରେ କାମ କରିବାକୁ ସୁଯୋଗ ପାଇଥିଲେ ।

ବାଜିଗରକୁ ଅବାସ-ମସ୍ତାନଙ୍କ ଯୋଡି ନିର୍ଦ୍ଦେଶନା ଦେଇଥିଲେ । ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ ଯେ, ପ୍ରଥମେ ଅନୀଲ କପୁରଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ । ଯେଉଁଥିପାଇଁ ସେ ଅନୀଲ କପୁରଙ୍କୁ ପ୍ରେରିତ ମଧ୍ୟ କରିଥିଲେ, ହେଲେ ସେ ଫିଲ୍ମରେ କାମ କାରିବା ଲାଗି ମନା କରିଦେଇଥିଲେ । ଯେଉଁଦିନ ବାଜିଗର ଫିଲ୍ମର କାହାଣୀ ଶେଷ ହୋଇଥିଲା ନିର୍ଦ୍ଦେଶକ ଅନୀଲ କପୁରଙ୍କ ପାଖକୁ ଯାଇଥିଲେ । ସେତେବେଳେ ଅନୀଳ କପୁର ରୂପ କି ରାନୀ ଏବଂ ଚାରୋ କା ରାଜାର ସୁଟିଂ କରୁଥିଲେ । ଯେତେବେଳେ ତାଙ୍କୁ ଏହି ଫିଲ୍ମ ଅଫର କରାଯାଇଥିଲା, ସେତେବେଳେ ତାଙ୍କୁ ଲାଗୁଥିଲା ଯେ, ଏହି ପ୍ରୋଜେକ୍ଟ ବହୁତ ରିସ୍କ, କେବଳ ଏହି ଡର ପାଇଁ ସେ ଫିଲ୍ମ କରିବାକୁ ମନାକରିଦେଇଥିଲେ ।

ଏହାପରେ ସେ ସଲମାନ ଖାନଙ୍କୁ ଅଫର କରିଥିଲେ । ସେତେବେଳେ ସଲମାନ ଖାନ ମଧ୍ୟ କୌଣସି ଏକ ଫିଲ୍ମରେ କାମ କରୁଥିଲେ । ଏହି ସମୟରେ ତାଙ୍କ ବାପା ଏହି ଫିଲ୍ନକୁ ରିଜେକ୍ଟ କରିଦେଇଥିଲେ । ଏହାପରେ ଶାହରୁଖ ଖାନଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସେ ଏହି ଫିଲ୍ମ ପାଇଁ ରାଜି ହୋଇଯାଇଥିଲେ । ସେ ଯେତେବେଳେ ଫିଲ୍ମରେ ନଜର ଆସିଲେ ସେତେବେଳେ ସେ ଲୋକପ୍ରିୟ ହୋଇଗଲେ । ତାଙ୍କ ଅଭିନୟ ଲୋକଙ୍କୁ ପ୍ରଭାବିତ କରିଥିଲା । ବକ୍ସ ଅଫିସରେ ଫିଲ୍ମ ସୁପରହିଟ ହେଲା ।

Get real time updates directly on you device, subscribe now.