fbpx

ମହିଳାଙ୍କୁ ବର୍ବରତାର ସହ ଛୁରାମାଡ଼ କଲେ ଯୁବକ, ସିସିଟିଭିରେ କଏଦ ହେଲା ଭିଡ଼ିଓ

ନୂଆଦିଲ୍ଲୀ: ଦିନ ଦ୍ୱିପ୍ରହରରେ ବି ସୁରକ୍ଷିତ ନାହିଁ ଦିଲ୍ଲୀ ରାସ୍ତାଘାଟ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଦିଲ୍ଲୀ ସ୍ଥିତ ମୁଖାର୍ଜୀ ନିଗରରେ । ଦିବା ଆଲୋକରେ ଜଣେ ଯୁବତୀଙ୍କୁ ଛୁରାମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଛୁରାମାଡ଼ କରିଥିବା ଯୁବକ ଜଣଙ୍କୁ ପୋଲିସ ଗିରଫ କରିଥିବାର ଜଣାପଡ଼ିଛି । ସିସିଟିଭିରେ କଏଦ ହୋଇଥିବା ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାରୁ ପ୍ରକାଶ ମୁଖାର୍ଜୀ ନଗର ସ୍ଥିତ କ୍ଟ୍ରବଚ୍ଚସଦ୍ଭଶ ଶଙ୍କରଗ୍ଦଗ୍ଧ ଆବାସ ନିକଟରେ ଅମନ ନାମକ ଜଣେ ଯୁବକ ରୋଷେଇୟା ଭାବେ କାର୍ଯ୍ୟ କରୁଥିଲେ । ଅମନଙ୍କ କହିବାନୁଯାୟୀ ଜଣେ ମହିଳା ତାଙ୍କୁ ଉପହାସ କରିବା ସହ ପାଗଳ ବୋଲି କହୁଥିଲେ । ଶେଷରେ ସେ କ୍ରୋଧ ବଶତଃ ନିକଟସ୍ଥ ଦୋକୋନୀ ଠାରୁ ଛୁରୀ ଆଣି ଉକ୍ତ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ । ସେ ଏତେ ରାଗି ଯାଇଥିଲେ ଯେ ସେ ମହିଳାଜଣଙ୍କୁ ବାରମ୍ବାର ଛୁରାମାଡ଼ କରିଥିଲେ । ଏହା ପରେ ଘଟଣାସ୍ଥଳରୁ ଅମନ ଫେରାର ହୋଇଯାଇଥିଲେ । ଏହି ଆକ୍ରମଣରେ ମହିଳା ଜଣଙ୍କ ଗୁରୁତର ହୋଇଥିଲେ । ବର୍ତ୍ତମାନ ସେ ବିପଦ ମୁକ୍ତ ଅଛନ୍ତି । ତେବେ ପ୍ରାଥମିକ ତଦନ୍ତରୁ ପ୍ରକାଶ ଯେ ଉକ୍ତ ମହିଳା ଜଣଙ୍କ ଜଫ୍ରାବାଦ ନିବାସୀ ଏବଂ ସେ ନିକଟସ୍ଥ ଲାଇବ୍ରୋରୀରେ ପଢ଼ିବା ପାଇଁ ଆସନ୍ତି ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.