fbpx

ପୂର୍ବତନ ବାୟୁସେନା ମୁଖ୍ୟ ହେଲେ ବିଜେପିରେ ସାମିଲ, ବାୟୁସେନାରେ ୪୦ ବର୍ଷରୁ ଅଧିକ ସମୟ ରହିଛି ଯୋଗଦାନ

ନୂଆଦିଲ୍ଲୀ:ପୂର୍ବତନ ବାୟୁସେନା ଅଧ୍ୟକ୍ଷ ରାକେଶ କୁମାର ସିଂହ ଭଦୌରିଆ ଓ ୱାଇଏସଆରର ବରିଷ୍ଠ ନେତା ଭି.ପ୍ରସାଦ ରାଓ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ବରିଷ୍ଠ ନେତା ବିନୋଦ ତାବଡେ ଓ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏ ଦୁଇଜଣଙ୍କୁ ଦିଲ୍ଲୀରେ ଦଳର ସଦସ୍ୟତା ଦେଇଛନ୍ତି ।

ଯେତେ ଯେତେ ଲୋକସଭା ନିର୍ବାଚନ ପାଖେଇ ଆସୁଛି ସେତେସେତେ ବିଜେପିର ପଲା ଭାରି ହୋଇ ଚାଲିଛି । କଂଗ୍ରେସ ସହ ବହୁ ଦଳର ଛୋଟ ବଡ ନେତା ନିର୍ବାଚନ ପୂର୍ବରୁ ପଦ୍ମ ଧରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ବାୟୁସେନାର ପୂର୍ବତନ ଅଧ୍ୟକ୍ଷ ରାକେଶ କୁମାର ସିଂହ ଭଦୌରିଆ ଓ ୱାଇଏସଆରର ବରିଷ୍ଠ ନେତା ଭି.ପ୍ରସାଦ ରାଓ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଏହି ସମୟରେ ବିଜେପି ମନ୍ତ୍ରୀ ଅନୁରାଗ ଠାକୁର ଓ ବରିଷ୍ଠ ନେତା ବିନୋଦ ତାବଡେ ଦୁଇ ନେତାଙ୍କୁ ସଦସ୍ୟତା ପ୍ରଦାନ ସହ ସ୍ୱାଗତ କରିଛନ୍ତି । ପୂର୍ବ ଏୟାର ଚିଫ୍ ମାର୍ଶାଲ ଆର୍‌.କେ.ଭଦୌରିଆ ଆତ୍ମନିର୍ଭର ଭାରତ ଅଭିଯାନରେ ବେଶ୍ ସକ୍ରିୟ ଥିଲେ । ଏବେ ସେ ପ୍ରତ୍ୟେକ୍ଷ ଭାବରେ ରାଜନୈତିକ ପ୍ରକ୍ରିୟାରେ ଯୋଗଦାନ କରିଛନ୍ତି ।

ସେହିପରି ଭି.ପ୍ରସାଦ ରାଓ ମୋଦୀଜୀଙ୍କ ବିକଶିତ ଭାରତ ସଂକଳ୍ପ ସ୍ୱପ୍ନକୁ ସାକାର କରିବା ପାଇଁ ବିଜେପିକୁ ଆସିଛନ୍ତି ବୋଲି ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି । ଏହି ସମୟରେ ଅନୁରାଗ ଠାକୁର ସରକାରଙ୍କ ପ୍ରଶଂସା କରି କହିଛନ୍ତି କି ଦେଶ ମୋଦୀଜୀଙ୍କ ନେତୃତ୍ୱରେ ପୁରା ସୁରକ୍ଷିତ । ଏହି କାରଣରୁ ଆର୍‌.କେ.ଭଦୌରିଆଙ୍କ ପରି ବିଶିଷ୍ଟ ବ୍ୟକ୍ତି ବିଶେଷ ଏବେ ବିଜେପିରେ ସାମିଲ ହେଉଛନ୍ତି ।

ତେବେ ବିଜେପିରେ ସାମିଲ ହେବା ପରେ ପୂର୍ବତନ ବାୟୁସେନା ମୁଖ୍ୟ କହିଛନ୍ତି ବିକଶିତ ଭାରତ ସଂକଳ୍ପ ବିଶ୍ୱସ୍ତରରେ ଭାରତକୁ ଅଲଗା ପରିଚୟ ଦେବ । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକଶିତ ଭାରତ ସଂକଳ୍ପକୁ ପୁରା କରିବା ଦିଗରେ କାର୍ଯ୍ୟ କରିବେ । ଏଠାରେ ସୂଚାଇ ଦିଆଯାଇପାରେ କି ଆର୍‌.କେ.ଭଦୌରିଆ ୪୦ ବର୍ଷରୁ ଅଧିକ ସମୟ ଭାରତୀୟ ବାୟୁ ସେନାରେ କାମ କରିଛନ୍ତି ।

Get real time updates directly on you device, subscribe now.