fbpx

ବାରାଣାସୀରେ ମୋଦୀଙ୍କୁ ଟକ୍କର ଦେବେ ଅଜୟ ରାୟ, ଜାଣନ୍ତୁ କିଏ ସେ ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ଶନିବାର ଏହାର ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା । ଏହି ତାଲିକାରେ ୪୬ ପ୍ରାର୍ଥୀଙ୍କ ନାଁ ସାମିଲ ଅଛି । କଂଗ୍ରେସ ବାରାଣାସୀ ଆସନରୁ ଅଜୟ ରାୟଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି । ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ୨ ଥର ନିର୍ବାଚନରେ ପରାସ୍ତ ହୋଇଥିବାବେଳେ କଂଗ୍ରେସ ପୁଣି ଥରେ ଅଜୟ ରାୟଙ୍କ ଉପରେ ବିଶ୍ୱାସ କରିଛି । ଏନେଇ ସେ ଦଳର ଶୀର୍ଷ ନେତାଙ୍କୁ ଧନ୍ୟବାଦ କହିଛନ୍ତି ।

ଅଜୟ ରାୟ କିଏ ?
୧୯୬୯ ଅକ୍ଟୋବର ୭ରେ ବାରାଣାସୀରେ ଜନ୍ମଗ୍ରହଣ କରିଥିଲେ କଂଗ୍ରେସ ନେତା ଅଜୟ ରାୟ । ବିଜେପି ଛାତ୍ର ଶାଖା ABVP ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୬ରେ ପ୍ରଥମ ଥର ପାଇଁ ବିଜେପି ଟିକେଟରେ କୋଲକାତା ଅସନରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ୯ ଥର CPI  ବିଧାୟକ ଉଦଲଙ୍କୁ ୪୮୪ ଭୋଟରେ ପରାସ୍ତ କରିଥିଲେ । ଏହା ପରେ ୨୦୦୨ ଏବଂ ୨୦୦୭ ଲୋକସଭା ନିର୍ବାଚନରେ BSPର ଅବଧେଶ ସିଂହଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରିଥିଲେ । ସେ ୨୦୦୯ରେ ବିଜେପି ଛାଡ଼ିଥିଲେ । ଦଳ ତାଙ୍କୁ ବରାଣାସୀରୁ ଲୋକସଭା ଟିକେଟ ପ୍ରଦାନ କରିନଥିଲା ବୋଲି ଏଭଳି ନିଷ୍ପତ୍ତି ନେଇଥିଲେ । ଏହା ପରେ ସେ BSPରେ ସାମିଲ ହୋଇଥିଲେ । ଦଳ ତାଙ୍କୁ ବାରାଣାସୀରେ ମୁରଲୀ ମନୋହର ଜୋଶୀଙ୍କ ବିରୋଧରେ ନିର୍ବାଚନୀ ମଇଦାନରେ ଓହ୍ଲାଇଥିଲା କିନ୍ତୁ ଏଥିରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ପାଞ୍ଚ ଥର ବିଧାୟକ ରହିସାରିଥିବା ଅଜୟ ରାୟ ୨୦୧୨ରେ କଂଗ୍ରେସର ହାତ ଧରିଥିଲେ । ଏହି ବର୍ଷ ସେ ପିଣ୍ଡ୍ରା ବିଧାନସଭା ନିର୍ବାଚନମଣ୍ଡଳୀରୁ ଜିତିଥିଲେ । ୨୦୧୪ ଏବଂ ୨୦୧୯ରେ କଂଗ୍ରେସ ତାଙ୍କୁ ବାରାଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦୀଙ୍କ ବିପକ୍ଷରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲା କିନ୍ତୁ ୨ ଥର ସେ ପରାଜିତ ହୋଇଥିଲେ । ପରେ ୨୦୨୩ରେ ଦଳ ତାଙ୍କୁ ଉତ୍ତର ପ୍ରଦେଶର କଂଗ୍ରେସ କମିଟି ଭାବେ ଚୟନ କରିଥିଲା ।
୭ମ ପର୍ଯ୍ୟାୟ ଅନ୍ତର୍ଗତ ବାରାଣାସୀରେ ଜୁନ ୧ରେ ମତଦାନ ଅନୁଷ୍ଠିତ ହେବ । ତେବେ ସପ୍ତମ ପର୍ଯ୍ୟାୟରେ ମହାରାଜଗଞ୍ଜ, ଗୋରଖପୁର, କୁଶିନଗର, ଦେବରିୟା, ବାଂଶଗାଓଁ, ଘୋସୀ, ସଲେମପୁର, ବଲିୟା, ଗାଜିପୁର, ଚନ୍ଦøଲୀ, ମିର୍ଜାପୁର ଏବଂ ରବର୍ଟସଗଞ୍ଜରେ ମତଦାନ ହେବ । ତେବେ ନିର୍ବାଚନର ଫଳାଫଳ ଜୁନ୍ ୪ରେ ପ୍ରକାଶିତ ହେବ ।

Get real time updates directly on you device, subscribe now.