fbpx

ହୋଲିରେ ବଜାରରେ ଛାଇଗଲାଣି ବିଜେପିର ଛାପ, ରଙ୍ଗ ନ ଖେଳି ବି ରାଗରେ କଂଗ୍ରେସ ପୁରା ଲାଲ୍‌

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେପି ସମସ୍ତ ଭୋଟରଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଭିନ୍ନ ଭିନ୍ନ ତରିକାରେ ଅଭିଯାନ ଚଲାଇଛି । ହୋଲି ପର୍ବରେ ବି ବିଜେପି ଏହାର ଛାପ ଛାଡିବାର ସୁଯୋଗକୁ ହାତଛଡା କରିନାହିଁ । ହୋଲିରେ ରଙ୍ଗ ପକାଇବା ଲାଗି ବ୍ୟବହାର ହେଉଥିବା ପିଚ୍‌କାରୀରେ ବି ବିଜେପିର ରଙ୍ଗ ନଜର ଆସିଛି ।
ହୋଲି ପର୍ବ ଅବସରରେ ଏଥର ମାର୍କେଟକୁ ଆସିଥିବା ମୋଦୀଙ୍କ ଫଟୋ ବାଲା ପିଚ୍‌କାରୀ ସହରର ସଡକରେ ରଙ୍ଗ ବର୍ଷା କରିବ ଓ ମତଦାତା ଏହି ରଙ୍ଗରେ ଭିଜିବେ । ତେବେ ବଜାରରେ ବିଭିନ୍ନ ଦୋକାନରେ ମୋଦୀଙ୍କ ଫଟୋ ବାଲା ପିଚକାରୀ ଦେଖି ଏଥର କଂଗ୍ରେସ ଚେହେରାର ରଙ୍ଗ କ୍ରୋଧରେ ପୁରା ଲାଲ ପଡିଯାଇଛି ।

ମଧ୍ୟପ୍ରଦେଶ ଗ୍ୱାଲିୟର ସହରରେ ଭିନ୍ନ ଭିନ୍ନ ସ୍ଥାନରେ ପିଚକାରୀ ଦୋକାନ ଖୋଲିଯାଇଛି । କିନ୍ତୁ ଏଥର ଏହି ସବୁ ଦୋକାନରେ ଏକ ସ୍ୱତନ୍ତ୍ର ପିଚକାରୀ ଦେଖିବାକୁ ମିଳିଛି । ଏହି ପିଚକାରୀ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଲାଗିଛି ଓ ପଦ୍ମ ଫୁଲ ସହିତ ବିଜେପି ଲେଖାଯାଇଛି । ଦୋକାନରେ ମୋଦୀଙ୍କ ପିଚକାରୀ ଦେଖି କଂଗ୍ରେସ ରାଗରେ ପୁରା ଲାଲ ପଡିଯାଇଛି ।

କଂଗ୍ରେସ ମୁଖବକ୍ତା ଆର୍‌ପି ସିଂହ କହିଛନ୍ତି, ବିଜେପି ହେଉଛି ଏକ ଇଭେଣ୍ଟ ସରକାର ଓ ବ୍ରାଣ୍ଡିଂ ସରକାର । ଏହାର ଜନତାଙ୍କ ଖୁସି ସହ କୌଣସି ସଂପର୍କ ନାହିଁ । ଯେଉଁସବୁ ପିଚ୍‌କାରୀ କିମ୍ବା ଅନ୍ୟ ସାମଗ୍ରୀ ଉପରେ ମୋଦୀଙ୍କ ଫଟୋ ଆସୁଛି ତାହାର ସମସ୍ତ ଖର୍ଚ୍ଚ କ’ଣ ମୋଦୀ ଓ ବିଜେପି ଖାତାକୁ ଯିବ କି ?ଏହାସହ ସେ କହିଛନ୍ତି କଂଗ୍ରେସ କାର୍ଯ୍ୟକର୍ତ୍ତା ତ କେବେ ମୋଦୀ ବାଲା ପିଚ୍‌କାରୀ କିଣିବେ ନାହିଁ । ହୋଲି ପଛେ ପାଳନ ନ କରନ୍ତୁ ତଥାପି ଏପରି ପିଚକାରୀ କିଣିବେ ନାହିଁ । ବଜାରରେ ମୋଦୀବାଲା ପିଚ୍‌କାରୀ ନଜର ଆସୁଥିବା ବେଳେ କାହିଁ ଗୋଟିଏ ବି କଂଗ୍ରେସ ବାଲା ପିଚକାରୀ ତ ନଜର ଆସୁନାହିଁ । ଏହାର ଅର୍ଥ ବିଜେପି ପର୍ବପର୍ବାଣୀ ସମୟରେ ମତଦାତାଙ୍କୁ ଆକୃଷ୍ଟ କରିବାକୁ କୌଣସି ସୁଯୋଗର ହାତଛଡା କରିବାକୁ ବି ଚାହୁଁନାହିଁ ।

Get real time updates directly on you device, subscribe now.