fbpx

SRH ଖେଳାଳିଙ୍କ ସହ ବିବାଦ ପଡ଼ିଲା ମହଙ୍ଗା: କୋଲକାତାର ହର୍ଷିତ ରାଣାଙ୍କୁ ଡବଲ ଝଟକା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ର ଦ୍ୱିତୀୟ ଦିନରେ ଦେଖିବାକୁ ମିଳିଛି ସିଜନର ବଡ଼ ବିବାଦ । କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚରେ ଷ୍ଟାର ବୋଲରଙ୍କ ଆଗ୍ରେସନ୍ ଦେଖିବାକୁ ମିଳିଛି । ଯାହା କୋଲକାତାର ଷ୍ଟାର ବୋଲର ହର୍ଷିତ ରାଣାଙ୍କ ପାଇଁ ଖୁବ ମହଙ୍ଗା ପଡ଼ିଛି । ଏହି ମ୍ୟାଚରେ ସନରାଇଜର୍ସର ଖେଳାଳିଙ୍କ ସହ ବାରମ୍ବାର ପଙ୍ଗା ନେବା ପରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ମ୍ୟାଚରେ ହୋଇଥିବା ୨ଟି ଭୁଲ ପାଇଁ ୨ ଥର ଦଣ୍ଡ ପାଇଛନ୍ତି ଷ୍ଟାର ହର୍ଷିତ ରାଣା ।

କୋଲକାତା ନାଇଟ ରାଇଡର୍ସର ବୋଲର ହର୍ଷିତ ରାଣାଙ୍କୁ ଲାଗିଛି ଶକ୍ତ ଝଟକା । ପ୍ରଥମେ ହାଇଦ୍ରାବାଦର ଓପନର ମୟଙ୍କ ଅଗ୍ରୱାଲଙ୍କ ୱିକେଟ ନେବା ପରେ ତାଙ୍କୁ ସେଣ୍ଡ-ଅଫ୍ ଦେଇଥିଲେ । ଏହାପରେ ମ୍ୟାଚ ଶେଷରେ ହେନରିକ କ୍ଲାସେନଙ୍କୁ ମଧ୍ୟ ସମାନ ଷ୍ଟାଇଲରେ ସେଣ୍ଡ୍-ଅଫ୍ ଦେଇଛନ୍ତି ହର୍ଷିତ । ଗୋଟିଏ ମ୍ୟାଚରେ ହର୍ଷିତଙ୍କର ଏହି ଦୁଇଟି ଭୁଲ ପାଇଁ ତାଙ୍କୁ ମ୍ୟାଚର ୬୦% ଫିସ୍ ଜରିମାନା ଆକରରେ ହରାଇବାକୁ ପଡ଼ିଛି । ହର୍ଷିତ ରାଣାଙ୍କୁ ତାଙ୍କ ମ୍ୟାଚ୍ ଫି’ର ୬୦ ପ୍ରତିଶତ ଜରିମାନା କରାଯାଇଛି, ସେଥିମଧ୍ୟରୁ ମାୟଙ୍କ ଅଗ୍ରୱାଲଙ୍କ ସହ କରିଥିବା କାରନାମା ପାଇଁ ତାଙ୍କ ମ୍ୟାଚ ଫି’ର ୧୦ ପ୍ରତିଶତ କଟାଯାଇଛି। ଏହାପରେ କ୍ଲାସେନଙ୍କ ସହ ହୋଇଥିବା ବିବାଦ ପାଇଁ ତାଙ୍କ ମ୍ୟାଚ୍ ଫି’ର ଅବଶିଷ୍ଟ ୫୦ ପ୍ରତିଶତ ଜରିମାନା ଆଦାୟ କରାଯାଇଛି।

ମ୍ୟାଚ୍ ଶେଷରେ, କ୍ଳାସେନଙ୍କ ସହ ହୋଇଥିବା ବିବାଦ ଖୁବ ବଢି ଯାଇଥିଲା, ତେଣୁ କୋଲକାତା ଅଧିନାୟକ ଶ୍ରେୟସ ଆୟର ଘଟଣାସ୍ଥଳକୁ ଆସି ଏହାକୁ ସମାଧାନ କରିଥିଲେ । ତେବେ ଆଇପିଏଲ-୨୦୨୪ରେ କୋଡ ଅଫ୍ କଣ୍ଡକ୍ଟ ଭାଙ୍ଗିବା ମାମଲାରେ ଏହା ପ୍ରଥମ ଘଟଣା ହୋଇଛି । କୋଲକାତା ନାଇଟ ରାଇଡର୍ସର ହର୍ଷିତ ରାଣା ଏହାର ଶିକାର ହୋଇଥିବା ବେଳେ ତାଙ୍କ ମ୍ୟାଚ୍ ଫି’ର ୬୦% ଜରିମାନା ଲାଗୁ ହୋଇଛି । ଏହି ମ୍ୟାଚରେ ହର୍ଷିତ ୪ ଓଭରରେ ୩୩ ରନ୍ ଦେଇ ୩ଟି ୱିକେଟ ହାସଲ କରିଛନ୍ତି । ଏଥିରେ ମୟଙ୍କ ଅଗ୍ରୱାଲ ଏବଂ ହେନରିକ କ୍ଲାସେନଙ୍କ ସହିତ ଶେହବାଜ ଅହମଦଙ୍କ ୱିକେଟ ନିଜ ନାମରେ କରିଛନ୍ତି ହର୍ଷିତ ରାଣା ।

Get real time updates directly on you device, subscribe now.