fbpx

‘ଦିଲ୍ଲୀର କୌଣସି କାମ ଅଟକିବ ନାହିଁ’: କେଜ୍ରିୱାଲଙ୍କ ଗିରଫକୁ ନେଇ ଆତିଶି ସିଂହଙ୍କ ବିବୃତ୍ତି

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଗିରଫକୁ ନେଇ ମନ୍ତ୍ରୀ ଆତିଶି ସିଂହଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ସେ ପ୍ରେସ କନଫରେନ୍ସ କରି କହିଛନ୍ତି ଯେ, ବିଜେପି କେନ୍ଦ୍ର ସରକାର କେଜ୍ରିୱାଲଙ୍କୁ ଗିରଫ କରିଛି । କେଜ୍ରିୱାଲ ଇଡି ହେପାଜତରେ ଅଛନ୍ତି ହେଲେ ଦିଲ୍ଲୀର କୌଣସି କାର୍ଯ୍ୟ ଅଟକିବ ନାହିଁ । କିଏ ଏପରି ବ୍ୟକ୍ତି ଅଛନ୍ତି, ଯିଏ ଏହି ପରିସ୍ଥିତିରେ ଦିଲ୍ଲୀ ପାଇଁ ଚିନ୍ତା କରିପାରିବ । କେବଳ କେଜ୍ରିୱାଲ ହିଁ ଏପରି ଚିନ୍ତା କରିପାରିବେ ବୋଲି ଆତିଶି କହିଛନ୍ତି ।

ଆତିଶି କହିଛନ୍ତି, ‘କେଜ୍ରିୱାଲ ଇଡିର କଷ୍ଟଡିରେ ରହିବା ସତ୍ତ୍ୱେ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ କୁହାଯାଇଛି ଯେ, ଦିଲ୍ଲୀବାସୀଙ୍କୁ ପାଣି ସମସ୍ୟା ନହେବା ଆବଶ୍ୟକ । ମୁଖ୍ୟ ସଚିବ ଏବଂ ଅଧିକାରୀମାନଙ୍କୁ ଉଚିତ ଆଦେଶ ଦିଅନ୍ତୁ । ଦିଲ୍ଲୀବାସୀଙ୍କୁ କୌଣସି ଅସୁବିଧା ହେବା ଆବଶ୍ୟକ ନୁହେଁ । ଜଳର ଅଭାବ ରହିବା ଉଚିତ୍ ନୁହେଁ । ଦିଲ୍ଲୀରେ ଗ୍ରୀଷ୍ମ ଆସିସାରିଲାଣି ।’

ଆତିଶି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାବେ କେଜ୍ରିୱାଲ ମନ୍ତ୍ରୀମାନଙ୍କ କାମର ରିଭ୍ୟୁ କରୁଥିଲେ । ବର୍ତ୍ତମାନ ସେ କେନ୍ଦ୍ର ସରକାରଙ୍କ ହେପାଜତରେ ଅଛନ୍ତି । ଗ୍ରୀଷ୍ମ ଯୋଗୁଁ ପାଣିର ସମସ୍ୟା ହୋଇପାରେ । ତେଣୁ ସେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।’

Get real time updates directly on you device, subscribe now.