fbpx

ଉତ୍ତରାଖଣ୍ଡର ସମସ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ପ୍ରକ୍ରିୟା ଜାରି ରହିଛି । ଏଥିମଧ୍ୟରେ ଉତ୍ତରାଖଣ୍ଡରେ କଂଗ୍ରେସ ପକ୍ଷରୁ ସମସ୍ତ ୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏପ୍ରିଲ ୧୯ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ ।

ଉତ୍ତରାଖଣ୍ଡର ୫ଟି ଲୋକସଭା ଆସନ ଯଥା ଟିହରୀ, ଗଢ଼ୱାଲ, ଅଲ୍ମୋଡ଼ା, ନୈନିତାଲ ଏବଂ ହରିଦ୍ୱାରରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ଟିହରୀରୁ ଜୋତ ସିଂହ ଗୁନସୋଲା, ଗଢ଼ୱାଲରୁ ଗଣେଷ ଗୋଦିୟାଲ, ଅଲମୋଡ଼ାରୁ ପ୍ରଦୀପ ଟମଟା, ନୈନିତାଲରୁ ପ୍ରକାଶ ଜୋଶୀ ଏବଂ ହରିଦ୍ୱାରରୁ ବିରେନ୍ଦ୍ର ରାୱତଙ୍କୁ ପ୍ରାର୍ଥୀ କରାଯାଇଛି । କହିରଖୁଛୁ କଂଗ୍ରେସର ବରିଷ୍ଠ ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ଜିଦ୍ ସାମ୍ନାରେ ପାର୍ଟି ହାଇକମାଣ୍ଡଙ୍କୁ ହାର ମାନିବାକୁ ପଡ଼ିଲା । ପାର୍ଟି ହରିଦ୍ୱାର ଆସନ ପାଇଁ ତାଙ୍କ ପୁଅ ବିରେନ୍ଦ୍ର ରାୱତଙ୍କୁ ଟିକେଟ ପ୍ରଦାନ କରିଛି । ବିରେନ୍ଦ୍ରଙ୍କୁ ଟିକେଟ ମିଳିବା ପୂର୍ବରୁ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା । କେବଳ ଏତିକି ନୁହେଁ ଶନିବାର ହରିଦ୍ୱାରରେ ରୋଡ୍ ଶୋ ମଧ୍ୟ ଆୟୋଜନ ହୋଇଥିଲା ଯେଉଁଥିଲେ ବିରେନ୍ଦ୍ର ମଧ୍ୟ ସାମିଲ ଥିଲେ । ବର୍ତ୍ତମାନ ବିରେନ୍ଦ୍ର କଂଗ୍ରେସ କମିଟିର ପ୍ରଦେଶ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

 

Get real time updates directly on you device, subscribe now.