fbpx

ଘର କିଣିବା ପାଇଁ ସ୍ୱପ୍ନ ରହିଛି କି ? ଜାଣନ୍ତୁ କିଭଳି ଏସ୍‌ବିଆଇରୁ ଗୃହ ଋଣ ହାସଲ କରିବେ…

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଏସ୍‌ବିଆଇ ହେଉଛି ଦେଶର ସର୍ବବୃହତ ବନ୍ଧକ ଭିତିକ ଋଣ ପ୍ରଦାନକାରୀ ଯାହା ୩୦ ଲକ୍ଷରୁ ଅଧିକ ପରିବାରର ଘର କିଣିବା ସ୍ୱପ୍ନକୁ ପୂରଣ କରିଛି । ଗ୍ରାହକମାନେ ଯେଭଳି ସୁଲଭ ବାସଗୃହ ହାସଲ କରି ଘରଟିଏ ପାଇଁ ରଖିଥିବା ନିଜ ସ୍ୱପ୍ନ ପୂରଣ କରିପାରିବେ ସେଥିାଇଁ ଏସ୍‌ବିଆଇ ନିରନ୍ତର ଉଦ୍ୟମ ଜାରି ରଖିଛି । ଗ୍ରାହକମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଷ୍ଟେଟ୍‌ ବ୍ୟାଙ୍କ୍‌ ପକ୍ଷରୁ ନିୟମିତ ଗୃହ ଋଣ, ସରକାରୀ କର୍ମଚାରୀମାନଙ୍କ ଲାଗି ଏସ୍‌ବିଆଇ ପ୍ରିଭିଲେଜ୍‌ ହୋମ୍‌ ଲୋନ୍‌, ସେନା ଓ ପ୍ରତିରକ୍ଷା କର୍ମଚାରୀମାନଙ୍କ ଲାଗି ଏସ୍‌ବିଆଇ ସୌର୍ଯ୍ୟ ହୋମ୍‌ ଲୋନ୍‌, ଏସ୍‌ବିଆଇ ମ୍ୟାକ୍ସ୍‌ ଗେନ୍‌ ହୋମ୍‌ ଲୋନ୍ଲ , ଏସ୍‌ବିଆଇ ସ୍ମାର୍ଟ ହୋମ୍‌ଲୋନ୍‌, ଅଧିକ ଗୃହ ଋଣ ଲାଗି ଏସ୍‌ବିଆଇ ଫ୍ଲେକ୍ସିପେ ହୋମ୍‌ ଲୋନ୍‌ ଓ ମହିଳାଙ୍କ ପାଇଁ ଏସ୍‌ବିଆଇ ହର୍‌ ଘର୍‌ ହୋମ୍‌ ଲୋନ୍‌ ପ୍ରଦାନ କରାଯାଉଛି ।

ଷ୍ଟେଟ୍‌ ବ୍ୟାଙ୍କରୁ ଗୃହ ଋଣ ନେବାର ଲାଭ ଗୁଡ଼ିକ ହେଉଛି ଏହା କମ୍‌ ସୁଧ ହାରରେ ମିଳୁଥିବା ବେଳେ ପ୍ରୋସେସିଂ ଫି’ ଶୂନ ରହିଛି । ଷ୍ଟେଟ୍‌ ବ୍ୟାଙ୍କ୍‌ ୫.୦୫ ଲକ୍ଷ କୋଟି ଟଙ୍କାର ଗୃହ ଋଣ ପ୍ରଦାନ କରିଛି ଏବଂ ଗୃହ ଋଣ ବଜାରରେ ଏହା ୩୪.୭୭ଧ ବଜାର ଅଂଶ ହାସଲ କରିଛି । ଏହା ୩-୩୦ ବର୍ଷିଆ ଗୃହ ଋଣ ଦେଉଛି । ଏସ୍‌ବିଆଇ ପକ୍ଷରୁ ୬.୭୦% ହାରରେ କ୍ରେଡିଟ୍‌ ସ୍କୋର୍‌ ଲିଙ୍କଡ୍‌ ଗୃହ ଋଣ ପ୍ରଦାନ କରାଯାଉଛି । ଆବେଦନ ବେଳେ ଦରକାର ହେଉଥିବା କାଗଜପତ୍ର ଯଥା ସମ୍ପତି କାଗଜପତ୍ର, କର୍ମଚାରୀ ପରିଚୟପତ୍ର, ଫଟୋଗ୍ରାଫ୍‌, ପାନ୍‌ କାର୍ଡ କିମ୍ବା ଭୋଟର ପରିଚୟପତ୍ର, ଠିକଣା ପ୍ରମାଣପତ୍ର, ଗତ ଛଅ ମାସର ବ୍ୟାଙ୍କ୍‌ ଖାତା ଷ୍ଟେଟ୍‌ମେଣ୍ଟ ଏବଂ ଆୟର ପ୍ରମାଣପତ୍ର ଭଳି କାଗଜପତ୍ର ଦାଖଲ କରିବା ସହ ଆବେଦନପତ୍ରରେ ଅନ୍ୟ ଯେଉଁ ବିବରଣୀ ମଗାଯାଇଥିବ ତାହାକୁ ପୂରଣ କରିବାକୁ ହେବ ।

Get real time updates directly on you device, subscribe now.