fbpx

ନୀରଜ ଚୋପ୍ରାଙ୍କୁ TOKYO ଉପହାର ଦେଲେ ଅଭିନବ ବିନ୍ଦ୍ରା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଥିବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ଭେଟିଛନ୍ତି ଅଭିନବ ବିନ୍ଦ୍ରା । ବୁଧବାର ଭାରତୀୟ ଅଲିମ୍ପିକ୍ସ ଇତିହାସର ଦୁଇ ସ୍ୱର୍ଣ୍ଣ ବିଜେତା ପରସ୍ପରକୁ ଭେଟିଥିଲେ । ଏହା ସହିତ ୨୦୦୮ ବେଜିଂ ସ୍ୱର୍ଣ୍ଣ ପଦକ ବିଜେତା ବିନ୍ଦ୍ରାଙ୍କ ପକ୍ଷରୁ ନୀରଜଙ୍କୁ ଟୋକିଓ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି । ଅଗଷ୍ଟ ମାସରେ ଅନୁଷ୍ଠିତ ଅଲିମ୍ପିକ୍ସରେ ନୀରଜ ପ୍ରଥମ ଭାରତୀୟ ଭାବରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ । ଆଥଲେଟିକ୍ସରେ ଭାରତର ୧୨୧ ବର୍ଷର ପଦକ ମରୁଡି ଶେଷ କରିବା ସହିତ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ ନୀରଜ ଚୋପ୍ରା ।

ନୀରଜଙ୍କ ପଦକ ବିଜୟ ପରେ ସମଗ୍ର ଦେଶରେ ତାଙ୍କ ପାଇଁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ମିଳିଥିଲା । ୨୦୦୮ ସ୍ୱର୍ଣ୍ଣ ବିଜେତା ବିନ୍ଦ୍ରା ନୀରଜଙ୍କୁ ଭେଟିବା ସହିତ ଏକ ଛୋଟ କୁକୁର ଉପହାର ଭାବରେ ପ୍ରଦାନ କରିଛନ୍ତି । ଏହି କୁକୁର ଛୁଆଟିର ନାମ ଟୋକିଓ ରହିଛି । ନୀରଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ଶେୟାର କରିବା ସହିତ ବିନ୍ଦ୍ରାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

 

View this post on Instagram

 

A post shared by Neeraj Chopra (@neeraj____chopra)

Get real time updates directly on you device, subscribe now.