fbpx

ବିନା ଇଣ୍ଟରନେଟରେ UPI ପେମେଣ୍ଟ ପାଇଁ ଆପଣାନ୍ତୁ ଏହି ଟିପ୍ସ, ଗୋଟିଏ କ୍ଲିକରେ ହୋଇଯିବ କାମ

ନୂଆଦିଲ୍ଲୀ: UPI ପେମେଣ୍ଟ କରିବା ପାଇଁ ଇଣ୍ଟରନେଟ୍ କନେକ୍ସନ ନିହାତି ଆବଶ୍ୟକ, କାରଣ ଅନଲାଇନ ମାଧ୍ୟମରେ ହିଁ କାରବାର ହୋଇଥାଏ । ଅନେକଥର କୌଣସି ସ୍ଥାନରେ ଇଣ୍ଟରନେଟ୍ ସୁବିଧା ଧିରେ ଧିରେ ଚାଲିଥାଏ, ଫଳରେ UPI ପେମେଣ୍ଟ କରିବାରେ ଅସୁବିଧା ହୁଏ । କିନ୍ତୁ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି, ଯାହାକି ଆପଣଙ୍କର ଏହି ସମସ୍ୟାକୁ ସମାଧାନ କରିବ । ଏଣିକି ଆପଣ ବିନା ଇଣ୍ଟରନେଟରେ ବି UPI ମାଧ୍ୟମରେ ପେମେଣ୍ଟ କରିପାରିବେ । ଏଥିପାଇଁ ଆପଣଙ୍କ ଫୋନରେ କେବଳ *99# ୟୁଏସଏସଡି କୋଡର ବ୍ୟବହାର କରିବାକୁ ପଡିବ ।

ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏହି *99# ହେଉଛି ଏକ ଜରୁରୀକାଳୀନ ସୁବିଧା । ଇଣ୍ଟନେଟ୍ ନଥିଲେ ଆପଣ ଏହାର ବ୍ୟବହାର କରିପାରିବେ । ଏହା ମାଧ୍ୟମରେ ଆପଣ ଯେକୌଣସି UPIର ସୁବିଧା ପାଇପାରିବେ । ତେବେ ଆସନ୍ତୁ ଜାଣିବା ଏହାର ଟିପ୍ସ….

୧. ଆପଣଙ୍କ ଫୋନରେ *99# ଟାଇପ୍ କରନ୍ତୁ ଓ ‘କଲ୍’ ବଟନ୍ ଉପରେ ଟ୍ୟାପ୍ କରନ୍ତୁ ।

୨. ଆପଣ ଟଙ୍କା ପଠାଇବା ପାଇଁ ଗୋଟିଏ ସହିତ ଅନେକ ବିକଳ୍ପ ସହ ଏକ ମେନୁ ପପ୍ ଅପ୍ ଦେଖିବେ । ସେଥିରେ ‘୧’ ରେ ଟ୍ୟାପ୍ କରନ୍ତୁ ।

୩. ପରବର୍ତ୍ତୀ ସମୟରେ, ଦେୟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କଠାରୁ ଆପଣଙ୍କ ପାଖରେ ଥିବା ସୂଚନା ଚୟନ କରନ୍ତୁ – ନମ୍ବର ଟାଇପ୍ କରନ୍ତୁ ଏବଂ ତାପରେ ତାକୁ Send କରନ୍ତୁ ।

୪. ବ୍ୟବସାୟୀଙ୍କ UPI ଆକାଉଣ୍ଟ ସହିତ ଜଡିତ ମୋବାଇଲ୍ ନମ୍ବର ଏଣ୍ଟର କରନ୍ତୁ ଓ Send ଉପରେ ଟ୍ୟାପ୍ କରନ୍ତୁ ।

୫. ଆପଣ ପଠାଇବାକୁ ଚାହୁଁଥିବା ଟଙ୍କାର ପରିମାଣ ଏଣ୍ଟର କରନ୍ତୁ ଓ ପରେ Send ବଟନ୍ ଉପରେ ଟ୍ୟାପ୍ କରନ୍ତୁ ।

୬. ଏହା ପରେ ଆପଣ ରିମାର୍କ ଦିଅନ୍ତୁ । ଯାହା ଦ୍ୱାରା ଆପଣ କାହିଁକି ଟଙ୍କା ପଠାଇଛନ୍ତି ତାହା ଜଣାପଡିବ । ଯେପରିକି- ରାସନ,ପରିବା ଇତ୍ୟାଦି ।

୭. କାରବାର ସଂପୂର୍ଣ୍ଣ କରିବାକୁ ଆପଣ UPI ପିନ୍ ଟାଇପ୍ କରନ୍ତୁ ।

Get real time updates directly on you device, subscribe now.