fbpx

ବିଶ୍ୱ ଦେଖିବ ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁଙ୍କ କାହାଣୀ, ଅକ୍ଟୋବରରୁ ଷ୍ଟାର ପ୍ଲସ୍‌ରେ ଧାରାବାହିକ ପ୍ରସାରଣ

ମୁମ୍ବାଇ: ଦେଶର ପ୍ରଥମ ସ୍ୱାଧାନତା ସଂଗ୍ରାମୀ ଓଡ଼ିଆ ପୁଅ ବକ୍ସି ଜଗବନ୍ଧୁଙ୍କୁ ନେଇ ଆସୁଛି ଧାରାବାହିକ ‘ବିଦ୍ରୋହୀ’ । ଆସନ୍ତା ଅକ୍ଟୋବର ମାସରେ ଷ୍ଟାର ପ୍ଲସରେ ଏହି ହିନ୍ଦୀ ଧାରାବାହିକ ପ୍ରସାରିତ ହେବ । ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁଙ୍କ ଉପରେ ଏହି ଧାରାବାହିକ ଆଧାରିତ ହୋଇଛି ।

ଇଂରେଜମାନଙ୍କ କଠୋଇ ଆଇନ ବିରୋଧରେ ପାଇକମାନେ କିରି ବିଦ୍ରୋହ କରିଥିଲେ ତା’ ଉପରେ ପର୍ଯ୍ୟବେଶିତ ହୋଇଛି ଧାରାବାହିକ । ଧାରାବାହିକରେ ପାଇକ ବିଦ୍ରୋହକୁ ଇଂରେଜମାନଙ୍କ ବିରୋଧରେ ପ୍ରଥମ ବିଦ୍ରୋହ ବୋଲି କୁହାଯାଇଛି । ୧୮୧୭ ମସିହା ଇଂରେଜ ଶାସନ ଅମଳରେ ଓଡ଼ିଶାରେ ଇଷ୍ଟ୍‌ ଇଣ୍ଡିଆ କମ୍ପାନୀ ବିରୋଧରେ ପାଇକ ବିଦ୍ରୋହର ଗାଥା ଦେଖିବ ସାରା ଦେଶ । ଏହି ଧାରାବାହିକରେ ବକ୍ସି ଜଗବନ୍ଧୁଙ୍କ ଭୂମିକାରେ ଅଭିନୟ କରିଛନ୍ତି ସରଦ ମାଲହୋତ୍ରା । ଦୁଇ ରାଣୀ ସହ ମିଶି ଜଣେ ବିଦ୍ରୋହୀ ସଂଗ୍ରାମୀ ବକ୍ସି ଜଗବନ୍ଧୁ କିରି ଇଂରେଜମାନଙ୍କ ସହ ଲଢିଥିଲେ ତା’ ଉପରେ ଧାରାବାହିକଟି ପର୍ଯ୍ୟବେଶିତ ହୋଇଛି । ବକ୍ସି ଥିଲେ ରୋଢ଼ଙ୍ଗର ଜମିଦାର ଏବଂ ଖୋର୍ଦ୍ଧା ରାଜା ତାଙ୍କୁ ସେନାପତି ଭାବେ ମନୋନୀତ କରିଥିଲେ । ବକ୍ସିଙ୍କ ନେତୃତ୍ୱାଧୀନ ପାଇକ ମେଳି ବ୍ରିଟିସ୍‌ ଶାସନଦ୍ୱାରା ଲାଗୁ ହୋଇଥିବା ମାତ୍ରାଧିକ ଟିକସ ଏବଂ ନିଷ୍କର ଜମି ଜବରଦଖଲ ଏବଂ ଲୁଣ କଟକଣା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲା ।

Get real time updates directly on you device, subscribe now.