fbpx

ଗ୍ରାହକଙ୍କୁ ମାଗଣାରେ ୨ ଲକ୍ଷ ଟଙ୍କା ଦେଉଛି ଏସବିଆଇ, ଆଜିଠାରୁ ଆପଣାନ୍ତୁ ଏହି ନିୟମ

ନୂଆଦିଲ୍ଲୀ: ଏସବିଆଇ ଡେବିଟ୍ କାର୍ଡଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଏସବିଆଇ ଏବେ ଜନ ଧନ ଆକାଉଣ୍ଟଧାରୀଙ୍କୁ ୨ ଲକ୍ଷ ଟଙ୍କା ବୀମା କଭର ଦେଉଛି । ଏହାର ଲାଭ କୋଟି କୋଟି ଦୁର୍ବଳ ବର୍ଗର ଲୋକଙ୍କ ନିକଟରେ ପହଞ୍ଚୁଛି ।

ତେବେ ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇ ନିଜ ଗ୍ରାହକଙ୍କୁ ବଡ ଖୁସିଖବର ଦେଇଛି । ଗ୍ରାହକଙ୍କୁ ମାଗଣାରେ ୨ ଲକ୍ଷ ଟଙ୍କା ଲାଭ ପ୍ରଦାନ କରୁଛି ଏସବିଆଇ । RuPay’ ଡେବିଟ୍ କାର୍ଡ ବ୍ୟବହାର କରି ସମସ୍ତ ଜନ-ଧନ ଆକାଉଣ୍ଟଧାରୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଆକ୍ସିଡେଣ୍ଟାଲ୍ କଭର ପ୍ରଦାନ କରୁଛି । ଆସନ୍ତୁ ଜାଣିବା ଏହାର ନିୟମ ଜାଣିବା…

ଏସବିଆଇ ନିଜ ଗ୍ରାହକଙ୍କୁ ଜନ ଧନ ଆକାଉଣ୍ଟ ଖୋଲିବାର ଅବଧି ଅନୁଯାୟୀ ବୀମା ରାଶି ସ୍ଥିର କରିବ । ୨୮ ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ଖୋଲାଯାଇଥିବା ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଆକାଉଣ୍ଟ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି, ଯାହା ଅଧୀନରେ (RuPay) କାର୍ଡ ଉପରେ ୧ ଲକ୍ଷ ଟଙ୍କା ବୀମା ରାଶି ଦିଆଯିବ । ୨୮ ଅଗଷ୍ଟ ୨୦୧୮ ପରେ ଦିଆଯାଇଥିବା ରୁପେ କାର୍ଡରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆକ୍ସିଡେଣ୍ଟାଲ୍ କଭର ଦିଆଯିବ ।

ଏହି ଆକାଉଣ୍ଟ୍ ଧାରକଙ୍କୁ ମିଳିବ ଲାଭ :-
ଜନ ଧନ ଆକାଉଣ୍ଟଧାରୀଙ୍କୁ ରୁପେ ଡେବିଟ୍ କାର୍ଡ ଅଧୀନରେ ଆକ୍ସିଡେଣ୍ଟାଲ୍ ଡେଥ୍ ଇନସୁରାନ୍ସର ଲାଭ ସେତେବେଳେ ମିଳିବ, ଯେବେ ବୀମାଭୁକ୍ତ ବ୍ୟକ୍ତିଙ୍କର ଦୁର୍ଘଟଣା ହେବାର ୯୦ ଦିନ ପୂର୍ବରୁ, ଇଣ୍ଟ୍ରା କିମ୍ବା ଇଣ୍ଟର ବ୍ୟାଙ୍କରେ ଯେକୌଣସି ଚ୍ୟାନେଲରେ ସଫଳ ଆର୍ଥିକ କିମ୍ବା ଅଣ-ଆର୍ଥିକ କାରବାର କରିଥିବେ । ଏହି କ୍ଷେତ୍ରରେ ରାଶି ପ୍ରଦାନ କରାଯିବ । ଆସନ୍ତୁ ଜାଣିବା ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ଯାହା ଆପଣଙ୍କୁ ଏଥିପାଇଁ ଆବଶ୍ୟକ ପଡିବ…

୧. ବୀମା ଫର୍ମ ।
୨. ମୃତ୍ୟୁ ପ୍ରମାଣପତ୍ର
୩. କାର୍ଡଧାରୀ ଏବଂ ନାମାଙ୍କିତ ବ୍ୟକ୍ତିଙ୍କ ଆଧାର ।
୪. ଯଦି ମୃତ୍ୟୁ କିଛି ଅନ୍ୟ କାରଣରୁ ହୋଇଛି, ତେବେ ରାସାୟନିକ ବିଶ୍ଲେଷଣ କିମ୍ବା ଏଫଏସଏଲ ରିପୋର୍ଟ ସହ ପୋଷ୍ଟମର୍ଟମର କପି ।
୫. ଦୁର୍ଘଟଣାର ଏଫଆଇଆର କିମ୍ବା ପୋଲିସ୍ ରିପୋର୍ଟର ମୂଳ ବା ପ୍ରମାଣିତ କପି ।
୬. ବ୍ୟାଙ୍କ ଅଧିକାରୀଙ୍କ ନାମ ଏବଂ ଇମେଲ୍ ଆଇଡି ।

Get real time updates directly on you device, subscribe now.