fbpx
BSKY SKY
BSKY SKY

SBI ବିନା ସୁଧ ଓ ବିନା ଗ୍ୟାରେଣ୍ଟିରେ ଦେଉଛି ୨୫ ଲକ୍ଷର ଲୋନ୍! ସରକାର ଦେଲେ ବଡ ସୂଚନା

BSKY

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ୟୁଜର୍ସଙ୍କ ସଂଖ୍ୟା ବଢ଼ିବାରେ ଲାଗୁଥିବା ବେଳେ ଭୁଲ ଖବର ଭାଇରାଲ ହେବାରେ ଲାଗୁଛି । ଏହି କାରଣ ଯୋଗୁଁ ଲୋକମାନେ ଅନେକଥର ଠକାମୀର ଶିକାର ହେଉଛନ୍ତି । ଏଥିପାଇଁ କୌଣସି ଯୋଜନାରେ ଟଙ୍କା ଲଗାଇବା ବା ଫର୍ମ ପୂରଣ କରିବା ପୂର୍ବରୁ ତାହା ବିଷୟରେ ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଜିକାଲି ଅନେକ ୟୁଟ୍ୟୁବ୍ ଚ୍ୟାଲେନରେ ସରକାରଙ୍କ ପକ୍ଷରୁ ପରିଚାଳିତ ଯୋଜନାଗୁଡ଼ିକ ବିଷୟରେ ଦାବି କରାଯାଉଛି ।

ଅନେକ ୟୁଟ୍ୟୁବ୍ ଚ୍ୟାନେଲ ଦ୍ୱାରା ଦାବି ହେଉଛି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ‘ପ୍ରଧାନମନ୍ତ୍ରୀ କନ୍ୟା ସମ୍ମାନ ଯୋଜନା’ ଅଧୀନରେ ଝିଅମାନଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦିଆଯାଉଛି । ଏହି ଟଙ୍କା ସିଧାସଳଖ ଝିଅଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଛି । ଏହା ବ୍ୟତୀତ ୟୁଟ୍ୟୁବ୍ ଚ୍ୟାନେଲରେ ଏହା ମଧ୍ୟ ଦାବି କରାଯାଇଛି ଯେ, ‘ମହିଲା ସ୍ୱରୋଜଗାର ଯୋଜନା’ ଅଧୀନରେ ସରକାର ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଏକ ଲକ୍ଷ ଟଙ୍କା ଟ୍ରାନ୍ସଫର କରୁଛନ୍ତି । ଏଥିରେ ମହିଳାମାନେ ସେମାନଙ୍କର ବ୍ୟବସାୟ ଆରମ୍ଭ କରିପାରିବେ ।

ଦେଶର ସମସ୍ତ ମହିଳାମାନଙ୍କୁ ସରକାରଙ୍କ ପକ୍ଷରୁ ‘ନାରୀ ଶକ୍ତି ଯୋଜନା’ ଅଧୀନରେ ଏସବିଆଇ ବିନା ଗ୍ୟାରେଣ୍ଟି ଏବଂ ବିନା ସୁଧରେ ୨୫ ଲକ୍ଷ ଟଙ୍କା ଲୋନ୍ ଦେଉଛି । ଏହି ଯୋଜନା ସମଗ୍ର ଭାରତରେ ମହିଳାଙ୍କ ପାଇଁ ବୋଲି ଭାଇରାଲ୍ ମେସେଜ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ଦାବି କରାଯାଇଛି ।

ପିଆଇବି ଫ୍ୟାକ୍ଟ ଚେକ୍ ଏହି ଭିଡିଓକୁ ଖୋଜିବା ପରେ ଏକ ଭିଡିଓ ଜାରି କରି ଏହି ସମସ୍ତ ଯୋଜନାଗୁଡ଼ିକୁ ନକଲି ବା ଫେକ୍ ବୋଲି କହିଛି । ପିଆଇବି ପକ୍ଷରୁ କରାଯାଇଥିବା ଟ୍ୱିଟରେ କୁହାଯାଇଛି ଯେ, କିଛି ୟୁଟ୍ୟୁବ୍ ଚ୍ୟାନେଲରେ ବିଭିନ୍ନ ସରକାରୀ ଯୋଜନା ସହ ଜଡ଼ିତ କିଛି ସୂଚନା ଦିଆଯାଉଛି, ଯାହା ବାସ୍ତବରେ ନାହିଁ । ଠକମାନଙ୍କ ଦ୍ୱାରା ଭୁଲ ଭାବରେ ଦିଆଯାଉଥିବା ଏପରି ବିଷୟବସ୍ତୁ ଉପରୁ ଦୂରେଇ ରୁହନ୍ତି । ଏହା ସହ ନିଜ ବ୍ୟକ୍ତିଗତ ସୂଚନା ଏହି ଭିଡିଓରେ କୁହାଯାଇଥିବା ୱେବସାଇଟରେ ସେୟାର କରନ୍ତୁ ନାହିଁ ବୋଲି ପିଆଇବି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.