fbpx

ହ୍ରଦ ଭିତରେ ATM ସ୍ଥାପନ କଲା SBI, ଜାଣନ୍ତୁ କେଉଁଠି…

ଓଡ଼ିଶା ଭାସ୍କର ବ୍ୟୁରୋ: ଏଣିକି ପାଣି ଭିତରେ ମିଳିବ ନଗଦ ଟଙ୍କା। ପର୍ଯ୍ୟଟକ ପାଇବେ ଆବଶ୍ୟକ ଅନୁସାରେ କ୍ୟାଶ୍‌। ଏହି ସୁବିଧା ପାଇଁ ହ୍ରଦରେ ଏଟିଏମ୍‌ ସ୍ଥାପନ କରାଯାଇଛି। ଏସିଆର ଅନ୍ୟତମ ଆକର୍ଷଣୀୟ ହ୍ରଦ ଶ୍ରୀନଗରରେ ଏହି ସୁବିଧା ଯୋଗାଇବା ଆରମ୍ଭ କରିଛି ଏସବିଆଇ। ଆରମ୍ଭ ହୋଇଛି ଭାସମାନ ଏଟିଏମ୍‌ ସେବା ବା ଫ୍ଲୋଟିଂ ଏଟିଏମ୍‌ ସର୍ଭିସ୍‌।

ଶ୍ରୀନଗରର ଡଲ ହ୍ରଦରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏସବିଆଇ ତରଫରୁ ଏଭଳି ଉଦ୍ୟମ କରାଯାଇଛି। ବ୍ୟାଙ୍କ ପକ୍ଷରୁ ଏନେଇ ଟ୍ଵିଟ୍‌ ଜରିଆରେ ସବିଶେଷ ସୂଚନା ଦିଆଯାଇଛି। ଏହି ଫ୍ଲୋଟିଂ ଏଟିଏମ୍‌ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଲୋକଙ୍କୁ କ୍ୟାଶ୍‌ ଯୋଗାଇବ। ହାଉସ୍‌ ବୋଟ୍‌ରେ ଖୋଲାଯାଇଥିବା ଏଟିଏମକୁ ବ୍ୟାଙ୍କ ଚେୟାରମ୍ୟାନ୍‌ ଦୀନେଶ କୁମାର ଶୁଭାରମ୍ଭ କରିଛନ୍ତି। ଅଧ୍ୟକ୍ଷ ଶ୍ରୀ କୁମାର ଶ୍ରୀନଗର ଶାଖା ପରିଦର୍ଶନ କରିବା ସହ ତଙ୍ଗମର୍ଗରେ ନୂଆ ଶାଖା ଉଦଘାନ କରିଥିଲେ।

 

Get real time updates directly on you device, subscribe now.