fbpx

ଏସବିଆଇର ବିଜନେସ୍ ପ୍ଲାନ୍ ; ଲୋକେ ଉଠାଇବେ ଟଙ୍କା, ଆପଣଙ୍କର ହେବେ ମାଲାମାଲ୍‌

ନୂଆଦିଲ୍ଲୀ ଆପଣ ନିଶ୍ଚିତ ଭାବରେ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଉଛନ୍ତି । ଏହି ମେସିନ୍ କେବଳ ନୋଟ୍ ବାହାର କରିବା ପାଇଁ ଉପଯୋଗୀ ନୁହେଁ, ଏହା ଆପଣଙ୍କ ଆୟ ବଢାଇବାରେ ସାହଯ୍ୟ ହେବ । ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ ଯେ, ଏହି ମେସିନ ଦ୍ୱାରା ଆପଣ ଘରେ ବସି ମାସକୁ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ ।
ସରକାରୀ ବ୍ୟାଙ୍କ ଏସବିଆଇ ଏଟିଏମ୍ ମାଧ୍ୟମରେ ରୋଜଗାର କରିବାର ଏକ ବଡ଼ ସୁଯୋଗ ଦେଉଛି।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲୋକଙ୍କୁ ଏସବିଆଇ ଏଟିଏମ୍ ଫ୍ରାଞ୍ଚାଇଜ୍ ବ୍ୟବସାୟ ଦେଇ ଘରେ ବସି ରୋଜଗାର କରିବାର ସୁଯୋଗ ଦେଉଛି। ଏଥିରେ କିଛି ସର୍ତ୍ତ ରହିଛି, ଏହାକୁ ଧ୍ୟାନରେ ରଖି ଆପଣ ଆବେଦନ କରିପାରିବେ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ପ୍ରକ୍ରିୟା ଏବଂ ଆବଶ୍ୟକ ଡକ୍ୟୁମେଣ୍ଟ୍ ସମ୍ବନ୍ଧୀୟ ସୂଚନା..

ସ୍ୱଳ୍ପ ମୂଲ୍ୟର ଲାଭଜନକ ବ୍ୟବସାୟ
ଏସବିଆଇ ଏଟିଏମ୍ ଫ୍ରାଞ୍ଚାଇଜ୍ ଅଫର୍ ଏକ ସ୍ୱଳ୍ପ ମୂଲ୍ୟର ବିନିଯୋଗ ପ୍ରକ୍ରିୟା । ଏହି ବ୍ୟବସାୟ ମାଧ୍ୟମରେ, ଆପଣ ମାସକୁ ୪୫,୦୦୦ ରୁ ୯୦,୦୦୦ ରୋଜଗାର କରିପାରିବେ । କିନ୍ତୁ ଏଥିପାଇଁ ଏଟିଏମରୁ ପ୍ରତିଦିନ ୩୦୦ ରୁ ୫୦୦ କାରବାର ହେବ ଆବଶ୍ୟକ ।

ପାଖାପାଖି ୫ ଲକ୍ଷ ବିନିଯୋଗରେ ଏସବିଆଇ ଏଟିଏମ୍ ଫ୍ରାଞ୍ଚାଇଜ୍ ଆରମ୍ଭ କରିହେବ । ସେଥିମଧ୍ୟରୁ ₹ ୨ ଲକ୍ଷ ଟଙ୍କା ହେଉଛି ଏସବିଆଇ ରିଫଣ୍ଡେବଲ ଅମାଉଣ୍ଟ ବା ଫେରସ୍ତ ଟଙ୍କା । ଅବଶିଷ୍ଟ ୩ ଲକ୍ଷ କ୍ୟାପିଟାଲ ମୂଳଧନ । ଚୁକ୍ତିନାମା ଶେଷ ହେବା ପୂର୍ବରୁ ଯଦି ଆପଣ କୌଣସି କାରଣରୁ ଏଟିଏମ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଏସବିଆଇ ଆପଣଙ୍କୁ କେବଳ ୧ ଲକ୍ଷ ଟଙ୍କା ଫେରସ୍ତ ଦେବ ।
ନଗଦ କାରବାର ପାଇଁ ୮ ଟଙ୍କା ଏବଂ ନନ୍ କେଶ କାରବାର ପାଇଁ ୨ ଟଙ୍କା ପ୍ରଦାନ କରେ । ଗ୍ରାହକମାନଙ୍କ ଦ୍ୱାରା ଆକାଉଣ୍ଟ୍ ବାଲାନ୍ସ ଯାଞ୍ଚ କରିବା, ମିନି-ଷ୍ଟେଟମେଣ୍ଟ ଇତ୍ୟାଦି ନନ୍ କେଶ କାରବାର ।

ଏଟିଏମ୍ ପାଇଁ ବିଜନେସ୍ ପ୍ଲେସ୍ ୫୦ ରୁ ୮୦ ବର୍ଗଫୁଟ ହେବା ଉଚିତ୍ ।
ଆପଣଙ୍କ ଏଟିଏମ୍ ଅବସ୍ଥାନ ଠାରୁ ୧୦୦ ମିଟର ମଧ୍ୟରେ ଅନ୍ୟ କୌଣସି ବ୍ୟାଙ୍କର ଏଟିଏମ୍ ରହିବା ଉଚିତ୍ ନୁହେଁ ।
ପ୍ରତିଦିନ ଅତି କମରେ ୩୦୦ କିମ୍ବା ତାଠାରୁ ଅଧିକ କାରବାରର ଗ୍ୟାରେଣ୍ଟି ଦେବାକୁ ପଡିବ ।
ଏଟିଏମ୍ ସୁରକ୍ଷା ପାଇଁ ଏକ କଂକ୍ରିଟ୍ ଛାତ ରହିବା ଆବଶ୍ୟକ ।
ଏଟିଏମ୍ ଭି-ସ୍ୟାଟ୍ ସ୍ଥାପନ ପାଇଁ କର୍ତ୍ତୃପକ୍ଷ ଠାରୁ କୌଣସି ଆପତ୍ତି ନଥିବା ପ୍ରମାଣପତ୍ର ପାଇବା ବାଧ୍ୟତାମୂଳକ

ଏସବିଆଇ ଏଟିଏମ୍ ଫ୍ରାଞ୍ଚାଇଜ୍ ନେବା ପାଇଁ ବାଧ୍ୟତାମୂଳକ ଯାଞ୍ଚ ଶେଷ କରିବାକୁ ପଡିବ । ଏଥିରେ ଆଇଡି ପ୍ରୁଫ୍ ପାଇଁ ପାନ୍, ଆଧାର କିମ୍ବା ଭୋଟର କାର୍ଡ, ବିଦ୍ୟୁତ୍ ବିଲ୍, ରେସନ କାର୍ଡ ଏବଂ ଠିକଣା ପ୍ରୁଫ୍ ଭାବରେ ବ୍ୟାଙ୍କ ପାସବୁକ୍, ୪ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍, ବୌଧ ଇମେଲ୍ ଆଇଡି, ପଞ୍ଜୀକୃତ ଫୋନ୍ ନମ୍ବର, ଜିଏସ୍ଟି ପଞ୍ଜିକରଣ ଏବଂ ଜିଏସ୍ଟି ନମ୍ବର ଇତ୍ୟାଦି ରହିଛି।

ଏଟିଏମ୍ ଫ୍ରାଞ୍ଚାଇଜ୍ ପାଇଁ କିପରି ଆବେଦନ କରିବେ?
ଏସବିଆଇ ଏଟିଏମ୍ ଫ୍ରାଞ୍ଚାଇଜ୍ ଅଫର ପାଇଁ ଆବେଦନ କରିବା ବ୍ୟାଙ୍କର ଅଫିସିଆଲ୍ ୱେବସାଇଟରେ ଅନଲାଇନରେ କରାଯାଇପାରିବ।

Get real time updates directly on you device, subscribe now.