fbpx

ଶିକ୍ଷକଙ୍କ କଳା କାରନାମା, ଅଶ୍ଲୀଳ ଭିଡିଓ ଭାଇରାଲ ପରେ ହେଲେ ସସପେଣ୍ଡ୍

ଭଦ୍ରକ,୧୯/୪: ଭଦ୍ରକ ଜିଲ୍ଲା ଚରମ୍ପା କୋଡାବାରୁଆ ୟୁଜିଏମଇ ସ୍କୁଲର ଶିକ୍ଷକଙ୍କ ନାଁରେ ଆସିଛି ସଂଙ୍ଗୀନ ଅଭିଯୋଗ । ଅଭିଯୋଗ ପରେ ସଂପୃକ୍ତ ଶିକ୍ଷକଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଛି ।
ଘଟଣା ଅନୁଯାୟୀ ଚରମ୍ପା କୋଡାବାରୁଆ ୟୁଜିଏମଇ ସ୍କୁଲର  ଶିକ୍ଷକ ସପନ କୁମାର ମିଶ୍ର ଜଣେ ମହିଳାଙ୍କ ସହିତ ଅସଂଯତ ଅବସ୍ଥାର ଏକ ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପୂର୍ବରୁ ଶିକ୍ଷକ ଜଣକ ସ୍କୁଲରେ ପଢୁଥିବା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଦଣ୍ଡିତ ହୋଇଥିଲେ ।
ସେପଟେ ଶିକ୍ଷକ ଏବଂ ବୁଦ୍ଧିଜୀବୀ ମହଲରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଏବଂ ସଂପୃକ୍ତ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର ନେଇ ଦାବି ହୋଇଛି ।

Get real time updates directly on you device, subscribe now.