ରାତି ପାହିଲେ ଖୋଲିବ ସ୍କୁଲ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏଭଳି କହିଲା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ

ସ୍କୁଲ ଖୋଲିବା ପୂର୍ବରୁ ଗାଇଡଲାଇନ ଜାରି କଲା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ।

ଭୁବନେଶ୍ବର: ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ବଡ଼ ଘୋଷଣା କରିଛନ୍ତି । କଟକ, ଯାଜପୁର ଓ ଭଦ୍ରକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍କୁଲ ବନ୍ଦ ରହିବା ନେଇ କହିଛନ୍ତି ।

ସେହିପରି ଅନ୍ୟସବୁ ଜିଲ୍ଲାରେ ସ୍କୁଲ ଖୋଲିବା ପାଇଁ ଆଉ ମାତ୍ର ଗୋଟିଏ ଦିନ ରହିଛି । ଅର୍ଥାତ୍ କାଲି ଖୋଲିବ ସ୍କୁଲ । ଏହାରି ଭିତରେ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି ।

ଚିଠିରେ ଉଲ୍ଲେଖ ରହିଛି ଯେ, ବର୍ଷା ଋତୁ ଜାରି ରହିଥିବାରୁ ସ୍କୁଲ ଖୋଲିବା ସମୟରେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଥିବା ନେଇ କୁହାଯାଇଛି । ବର୍ତ୍ତମାନ ପାଣିକୁ ରୋଗ ହେଉଥିବା ବେଳେ ସତର୍କ ରହିବା ପାଇଁ କୁହାଯାଇଛି ।

ସ୍କୁଲ ଖୋଲିବା ପୂର୍ବରୁ ସବୁକିଛି ତଦାରଖ କରିପାରିବେ ଛାତ୍ରଛାତ୍ରୀ ସୁରକ୍ଷିତ ରହିପାରିବେ । କିଛି ବିଷୟ ପ୍ରତି ଧ୍ୟାନ ଦେବାକୁ ମଧ୍ୟ ଗାଇଡଲାଇନ ଜାରି କରାଯାଇଛି ।

  • ସ୍କୁଲ, ହଷ୍ଟେଲ ସହିତ କ୍ଲାସରୁମ, କମନରୁମ, ଅଫିସ ରୁମ,ଲାବ, ଲାଇବ୍ରେରୀ, ବାଥରୁମ, ରୋଷେଇଶାଳା, ଖାଇବା ଗୃହ ଏବଂ ଷ୍ଟୋର ରୁମକୁ ପରିସ୍କାର ରଖିବା ଉଚିତ ବୋଲି କୁହାଯାଇଛି ।
  • ପାଣିଟାଙ୍କି, ଡ୍ରେନ ଇତ୍ୟାଦି ସଫା କରିବା ।
  • ସ୍କୁଲ ଖୋଲିବା ପୂର୍ବରୁ ଉନ୍ନତମାନର ଚାଉଳ ଆଣି ସ୍ବାସ୍ଥ୍ୟକର ପରିବେଷରେ ରଖିବା ପାଇଁ କୁହାଯାଇଛି ।
  • ସ୍କୁଲ ଏବଂ ହଷ୍ଟେଲରେ ବିଶୁଦ୍ଧ ପାଣିର ବ୍ୟବସ୍ଥା କରିବା ।
  • ସ୍କୁଲର ଚଟାଣ ପରିଷ୍କାର ସହିତ ଘାସ ସଫା ଉପରେ ମଧ୍ୟ ଧ୍ୟାନ ଦେବା ପାଇଁ କୁହାଯାଇଛି ।
  • ଯେଉଁ ସ୍ଥାନରେ ପାଣି ଜମୁଛି ସେହି ସ୍ଥାନ ପରିସ୍କାର କରିବା ଦ୍ବାରା ମଶା ଠାରୁ ଦୂରେଇ ପାରିବା ନେଇ କୁହାଯାଇଛି ।