fbpx
BSKY
BJD MC SKY
BJD YOUTH SKY

ସ୍କୁଲ ଟଙ୍କା ହଡ଼ପ ମାମଲା : ପ୍ରଧାନ ଶିକ୍ଷକଙ୍କ ସମେତ ୩ ଜଣଙ୍କୁ ଜେଲ୍

ଫୁଲବାଣୀ: ରାଜ୍ୟରେ ଦୁର୍ନୀତି ମାତ୍ରା ବଢ଼ିବାରେ ଲାଗିଛି । ସବୁ ସ୍ଥାନରେ ଲୁଟ୍, ଠକେଇ, ଟଙ୍କା ହଡପ ଆଦି ମାମଲା ଘଟୁଛି । ଏହାରି ମଧ୍ୟରେ ସ୍କୁଲ ଟଙ୍କାର ହଡ଼ପ ମାମଲାରେ ୩ ଜଣଙ୍କୁ ଜେଲ ଦଣ୍ଡାଦେଶ ମିଳିଥିବା ସୂଚନା ମିଳିଛି । ୪ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ।

ଖଜୁରିପଡ଼ା ଘାଟିତଳେ ଏନୟୁପିଏସର ତକ୍ରାଳୀନ ଶିକ୍ଷକଙ୍କୁ ଜେଲ ଦଣ୍ଡ ମିଳିଥିବା ସୂଚନା ମିଳିଛି । ତକ୍ରାଳୀନ ପ୍ରଧାନ ଶିକ୍ଷକ କିଶୋର ଦାସ. ସ୍କୁଲ ସଭାପତି ଓ ଟିସିଙ୍କୁ ଜେଲ୍ ଦଣ୍ଡ ମିଳିଛି । ସ୍କୁଲ କୋଠା ନିର୍ମାଣ ଟଙ୍କା ହଡ଼ପ ମାମଲାରେ ଦଣ୍ଡାଦେଶ ମିଳିଛି ।

ମିଳିଥିବା ସୂଚନା ମୁତାବକ, ୨୦୦୯-୧୦ ଆର୍ଥିକ ବର୍ଷରେ ସର୍ବଶିକ୍ଷା ଅଭିଯାନ ଟଙ୍କା ହଡ଼ପ କରିଥିଲେ । ଏହି ମାମଲାରେ ୮ ଲକ୍ଷ ୯୬ ହଜାର ଟଙ୍କା ଆତ୍ମସାତ କରିଥିବା ମାମଲା ହୋଇଥିଲା ।

Get real time updates directly on you device, subscribe now.