ରାତି ସାରା ନାବାଳିକାକୁ ଭୋଗ କଲେ ୨ ଯୁବକ, ମଜା କରିସାରି ପୀଡ଼ିତାଙ୍କ ପ୍ରାଇଭେଟ ପାର୍ଟରେ ମଦ ବୋତଲ ରଖି ରାସ୍ତା କଡ଼ରେ ଫିଙ୍ଗିଦେଲେ
ଖବର ଶୁଣିଲେ ଟାଙ୍କୁରି ଯାଇଛି ଲୋମ । ସାଙ୍ଗର ଅପହରଣ କରି ବଳାକ୍ରାର କଲା ସାଙ୍ଗ ।
ଜୟପୁର: ରାଜସ୍ଥାନର ବାଂସୱାଡା ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଦୁଇ ଜଣ ଯୁବକ 16 ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତା କଡରେ ଫୋପାଡ଼ି ଦେଇଥିଲେ ।
ନାବାଳିକାକୁ ଅପହରଣ କରିବା ପରେ, ଅଭିଯୁକ୍ତମାନେ ତାଙ୍କୁ ସମ୍ପର୍କୀୟା ମାଉସୀ ଘରକୁ ନେଇ ସାରା ରାତି ସେଠାରେ ଦୁଷ୍କର୍ମ କରିଥିଲେ। ପ୍ରଥମେ, ଉଭୟ ଅଭିଯୁକ୍ତ ନାବାଳିକାଙ୍କୁ ମାଡ଼ ମାରି ଗଣଦୁଷ୍କର୍ମ କରିଥିଲେ।
ଏହା ପରେ, ଯେତେବେଳେ ସେମାନେ ଉଭୟ ସନ୍ତୁଷ୍ଟ ନ ହେଲେ, ସେମାନେ ନାବାଳିକାଙ୍କ ପ୍ରାଇଭେଟ ପାର୍ଟରେ ମାଦ ବୋତଲ ଭର୍ତ୍ତିକରିଦେଲେ । ଏହା ପରେ, ସେମାନେ ତାକୁ ରାସ୍ତାରେ ଫିଙ୍ଗି ଦେଇ ପଳାଇ ଯାଇଥିଲେ।
ମୃତ୍ୟୁ ସହ ସଂଘର୍ଷ
ନାବାଳିକାକୁ ରାସ୍ତାରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି, ଜଣେ ବାଟୋଇ ତାଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ। ମାମଲା ବିଷୟରେ ସୂଚନା ପାଇ ପୋଲିସ ପହଞ୍ଚି ପରିବାର ସଦସ୍ୟଙ୍କୁ ଜଣାଇଥିଲା ।
ତାଙ୍କୁ ବାଂସୱାଡାରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଉଦୟପୁରର MB ହସ୍ପିଟାଲକୁ ପଠାଯାଇଥିଲା। କୁହାଯାଉଛି ଯେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ନାବାଳିକାଙ୍କ ସ୍କୁଲ ସାଙ୍ଗ । ପରିବାର ସଦସ୍ୟମାନେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଥାନାରେ ଏକ ରିପୋର୍ଟ ଦାଖଲ କରିଥିଲେ।
ସମ୍ପୂର୍ଣ୍ଣ ମାମଲା
ପୀଡିତାଙ୍କ ପରିବାର ପୋଲିସକୁ ସେମାନଙ୍କ ରିପୋର୍ଟରେ କହିଛନ୍ତି ଯେ ତାଙ୍କ ଝିଅ 20 ଅଗଷ୍ଟ ସକାଳେ ସ୍କୁଲ ଯାଇଥିଲା। ସେ ସ୍କୁଲରୁ ଘରକୁ ଫେରିବା ଲାଗି ଅଟୋ ପାଇଁ ଅପେକ୍ଷା କରିଥିଲା। ସେତେବେଳେ ଦୁଇଜଣ ଯୁବକ ଏକ ବାଇକରେ ଆସିଥିଲେ।
ଯୁବକମାନଙ୍କ ମଧ୍ୟରୁ ଜଣେ ତାଙ୍କ ସ୍କୁଲ ସାଙ୍ଗ ଥିଲା । ସେ ତାଙ୍କୁ ଘରେ ଛାଡ଼ିବାକୁ ପ୍ରସ୍ତାବ ଦେଇଥିଲା କିନ୍ତୁ ଝିଅ ମନା କରିଦେଇଥିଲା। ଏହା ଉପରେ ଉଭୟ ଯୁବକ ତାଙ୍କୁ ଜୋରଜବରଦସ୍ତ ଉଠାଇ ଏକ ଘରକୁ ନେଇ ବଳାତ୍କାର କରିଥିଲେ।
ଏହା ପରେ, ଅଭିଯୁକ୍ତମାନେ ତାଙ୍କୁ ମାଉସୀ ଘରକୁ ନେଇଯାଇଥିଲେ। ରାତିରେ ମଦ୍ୟପାନ ପରେ ଉଭୟ ଅଭିଯୁକ୍ତ ତାଙ୍କୁ ବଳାତ୍କାର ଏବଂ ମାଡ଼ ମାରିଥିଲେ।
ଆଇଜିଙ୍କ ପାଖେ ଗୁହାରି
ନାବାଳିକା ସହିତ ବଳାତ୍କାର ଘଟଣା ପରେ ଉଦୟପୁରର ଏମବି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି, ଅନ୍ୟପକ୍ଷରେ ପୀଡିତାଙ୍କ ମାଆ ଉଦୟପୁର ରେଞ୍ଜର ଆଇଜି ଗୌରବ ଶ୍ରୀବାସ୍ତବଙ୍କ ସମ୍ମୁଖରେ ନିଜକୁ ହାଜର କରି ତାଙ୍କ ଝିଅ ସହିତ ଘଟିଥିବା ଘଟଣା ବର୍ଣ୍ଣନା କରିଥିଲେ।
୧୬ ବର୍ଷୀୟା ନାବାଳିକାଙ୍କ ସହ ଗଣଦୁଷ୍କର୍ମ ମାମଲାରେ, ସାଂସଦ ଡକ୍ଟର ମନ୍ନାଲାଲ ରାୱତ ସୋମବାର ଦିନ ଆଇଜିଙ୍କ ସହ କଥା ହୋଇ ଝିଅ ଏବଂ ତାଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି ।