fbpx

ରାଜ୍ୟରେ ସାବାଡ଼ ହେବେ ସ୍କୁଲ ପିଲା, ବିନା ଲାଇସେନ୍ସରେ ଧରାପଡ଼ିଲେ ଗଣିବେ ଜରିମାନା

AAKASH

ଭୁବନେଶ୍ୱର: ଆଜି କାଲି ସମୟରେ ସବୁ ଠାରେ ସଡକ ଦୁର୍ଘଟଣା ଦେଖିବାକୁ ମିଳୁଛି । ଆଉ ବର୍ତ୍ତମାନ ସମୟରେ ପିଲାମାନେ ଯେଉଁଭଳି ବେପାରୁଆ ଭାବରେ ଗାଡି ଚଳାଉଛନ୍ତି ସେଥିପାଇଁ ମଧ୍ୟ ଖୁବ ଦୁର୍ଘଟଣା ହେଉଛି । ସ୍କୁଲ ପିଲାଙ୍କୁ ଏଣିକି ଡ୍ରାଇଭିଙ୍ଗ ମନା । ବେଆଇନ ଗାଡି ଚଳାଉଥିବା ସ୍କୁଲ ପିଲାଙ୍କୁ ସାବାଡ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

କାଲି ଠାରୁ ଏପ୍ରିଲ ପ୍ରଥମ ସପ୍ତାହ ଶେଷ ପର୍ଯ୍ୟନ୍ତ ଏହି ସ୍ପେଶାଲ ଡ୍ରାଇଭ ଚାଲିବ ବୋଲି ସୂଚନା ଦିଆଯାଇଛି । ଏନେଇ ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନରଙ୍କ ସୂଚନା ଦେଇଛନ୍ତି । ବିନା ଲାଇସେନ୍ସରେ ଡ୍ରାଇଭ କରୁଥିଲେ ପିଲାଙ୍କ ଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବା ସହିତ ଯଦି ପିଲା ଧରା ପଡିଲା ତେବେ ବାଇକ ମାଲିକଙ୍କୁ କୋର୍ଟ ଚାଲାଣ କରାଯିବ । ବିଶେଷ କରି ସ୍କୁଲ ଆଖ ପାଖରେ ଯାଞ୍ଚ କଡାକଡି ହେବ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.