fbpx
BSKY SKY
BSKY SKY

୫୦୦ ଟଙ୍କା କଦଳୀ, ୧୬୦୦ ଟଙ୍କାରେ ଅଙ୍ଗୁର ; ରମଜାନରେ କାନ୍ଦୁଛି ପାକିସ୍ତାନ

BSKY

ନୂଆଦିଲ୍ଲୀ : ରମଜାନ ମାସ ଆରମ୍ଭ ହୋଇଛି । ମୁଦ୍ରାସ୍ଫୀତି ଯୋଗୁଁ ପାକିସ୍ତାନରେ ଦରଦାମ ଆକାଶ ଛୁଆଁ ହୋଇଛି । କଦଳୀ ଡଜନରେ ୫୦୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ଅଙ୍ଗୁର କିଲୋଗ୍ରାମ ପ୍ରତି ୧୬୦୦ ଟଙ୍କାରେ ପହଞ୍ଚିଛି। ସେହିପରି ଖଜୁର କିଲୋଗ୍ରାମ ପିଛା ୧୦୦୦ ଟଙ୍କା ମୂଲ୍ୟରେ ମିଳୁଛି । ଗତ ବର୍ଷ ତୁଳନାରେ ଫଳ ଏବଂ ରାସନ ମୂଲ୍ୟରେ ଅଧିକ ଦାମରେ ବିକ୍ରି ହେଉଛି ।

ରମଜାନ ସମୟରେ ପାକିସ୍ତାନରେ ମୁଦ୍ରାସ୍ଫୀତି କେବଳ ଗୋଟିଏ ସହରରେ ସୀମିତ ନୁହେଁ। କରାଚି, ଇସଲାମାବାଦ ଏବଂ ଲାହୋର ଭଳି ବଡ ସହରରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ରହିଛି। ଗତ ବର୍ଷ ପର୍ବ ତୁଳନାରେ ଏଥର କିଣାବିକା ବହୁତ କମ୍ ବୋଲି ଦୋକାନୀମାନେ କହିଛନ୍ତି । ଦରଦାମ ବୃଦ୍ଧି ଯୋଗୁଁ ଲୋକମାନେ କମ୍ ସାମଗ୍ରୀ କିଣୁଛନ୍ତି ।

ପାକିସ୍ତାନ ସରକାର ବର୍ତ୍ତମାନ ଏକ ବୃହତ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ରାସନ ଠାରୁ ଆରମ୍ଭ କରି ଫଳ ପର‌୍ୟ୍ୟନ୍ତ ମୂଲ୍ୟ ମଧ୍ୟ ଆକାଶଛୁଆଁ । ପାକିସ୍ତାନରେ ମୁଦ୍ରାସ୍ଫୀତି ହାର ୫୦ ବର୍ଷର ସର୍ବୋଚ୍ଚ ସ୍ତରରେ ୩୧.୫ ପ୍ରତିଶତରେ ପହଞ୍ଚିଛି।

ମୁଦ୍ରାସ୍ଫୀତିର ଅବସ୍ଥା ଯୋଗୁଁ ରମଜାନରେ ହେଉଛି ସବୁକିଛି ମହଙ୍ଗା ହୋଇଛି । କରାଚିର ସ୍ଥାନୀୟ ବ୍ୟବସାୟୀ ମହମ୍ମଦ ଇଶାକ ଆରବ ନ୍ୟୁଜକୁ କହିଛନ୍ତି ଯେ, କଦଳୀ ମୂଲ୍ୟ ଡଜନରେ ୫୦୦ ଟଙ୍କା ଛୁଇଁଛି। ଏହା ବ୍ୟତୀତ ଅଙ୍ଗୁର ପ୍ରତି କିଲୋଗ୍ରାମରେ ୧୬୦୦ ଟଙ୍କା ରେ ଗ୍ରାହକ ନେଉଛନ୍ତି ।

Get real time updates directly on you device, subscribe now.