fbpx

କାର୍ଯ୍ୟରେ ଅବହେଳା ପାଇଁ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ

ଅରିଲୋ,୨୨ ।୨(ଓଡିଶା ଭାସ୍କର): କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଗଣାଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେହିପରି କାର୍ଯ୍ୟରେ ଅବହେଳା କରିଥିବା ଅରିଲୋ ସ୍କୁଲର ଶ୍ରୀରାମ ପରୁଆଙ୍କ ଦରମା ବନ୍ଦ କରିଛନ୍ତି ମନ୍ତ୍ରୀ । ନଗରୀ ସ୍କୁଲର ଶିକ୍ଷୟିତ୍ରୀ ଦୀପାଞ୍ଜଳି ସାମନ୍ତରାୟଙ୍କ ଦରମା ବନ୍ଦ କରିଛନ୍ତି ସମୀର ଦାସ ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୦ ତାରିଖ ଦିନ ରାଉରକେଲା ସ୍ଥିତ ପାନପୋଷ ମ୍ୟୁନିସିପାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ ହୋଇଥିଲେ । ସେ କାର୍ଯ୍ୟରେ ଅବହେଳା କରିଥିବା ଯୋଗୁଁ ନିଲମ୍ବିତ ହୋଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ମାନସ ମୋହିନୀ ବଳଙ୍କୁ ନିଲମ୍ବନ କରିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ । ଦଶମ ଶ୍ରେଣୀ ଛାତ୍ରୀଙ୍କ ଫର୍ମ ପୂରଣରେ ଅବହେଳା କରିଥିବାରୁ ଏହିପରି ପଦକ୍ଷେପ ନିଆଯାଇଥିଲା ।

Get real time updates directly on you device, subscribe now.