fbpx
BJD SKY
BJD SKY

୧୫ ଅଗଷ୍ଟ ପରେ ଖୋଲିବ ସ୍କୁଲ-କଲେଜ୍

BJD

ନୂଆଦିଲ୍ଲୀ,୭ ।୬: କରୋନା ସଙ୍କଟ ମଧ୍ୟରେ କେବେ ସ୍କୁଲ କଲେଜ୍ କେବେ ଖୋଲିବ, ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ଯାହାର ଅନ୍ତ ଘଟାଇଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ । ଅଗଷ୍ଟ ୧୫ ତାରିଖ ପରେ ଦେଶର ସମସ୍ତ ସ୍କୁଲ ଓ କଲେଜ ଖୋଲିବ ବୋଲି ସେ ଆଜି ସୂଚନା ଦେଇଛନ୍ତି ।

ବର୍ତ୍ତମାନର ସମୟରେ ପିଲାମାନେ ଘରେ ବସି ଅନଲାଇନ୍ ମାଧ୍ୟମରେ ପାଠ ପଢୁଛନ୍ତି । କିନ୍ତୁ ଅନଲାଇନ୍ ଜରିଆରେ ପାଠ ବଢିବା ସବୁ ପିଲାଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଏହି ପରିପ୍ରେକ୍ଷୀରେ ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଧ୍ୟାନ ଆକର୍ଷଣ କରିଥିଲେ । ସେ କହିଥିଲେ ଯେ, ବର୍ତ୍ତମାନ ସମୟ ଆସିଯାଇଛି ଆମେ ଆମ ଦେଶର ସ୍କୁଲଗୁଡ଼ିକୁ ଖୋଲିବା ଆରମ୍ଭ କରିବା। ନଚେତ୍ ପିଲମାନେ ପ୍ରକୃତ ଶିକ୍ଷା ପାଇବାରୁ ବଞ୍ଚିତ ହେବେ ।

ତେବେ ସାମାଜିକ ଦୂରତା ରଖି ଗ୍ରୀନ ଓ ଓରେଞ୍ଜ ଜୋନରେ ଥିବା ଶିକ୍ଷାନୁଷ୍ଠାନ ପ୍ରଥମେ ଖୋଲାଯିବ। ଦୁଇଟି ସିଫ୍ଟରେ ସ୍କୁଲ, କଲେଜରେ ପାଠପଢା ପାଇଁ ବିଚାର କରାଯାଉଛି। ଏନେଇ ଆସନ୍ତା ସପ୍ତାହରେ ନିଷ୍ପତ୍ତି ହୋଇପାରେ। ମାର୍ଚ୍ଚ ୧୬ରୁ ବନ୍ଦ ହୋଇଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ଅଗଷ୍ଟ ମାସ ପରେ ଖୋଲିବା ନେଇ ଯୋଜନା କରାଯାଉଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.