fbpx

ନବମୀ ପାଇଁ ବନ୍ଦ ରହିବ ସ୍କୁଲ- ସରକାରୀ ଅଫିସ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଲକ୍ଷ୍ନୌ: ଦେଶବ୍ୟାପି ପାଳନ ହେଉଛି ନବରାତ୍ରୀ ଉତ୍ସବ । ଏଥିମଧ୍ୟରେ ଉତ୍ତରପ୍ରଦେଶ ସରକାର ନବମୀ ତିଥିରେ ସାର୍ବଜନିକ ଅବକାଶ ଘୋଷଣା କରିଛନ୍ତି । ଏହି ଅବସରରେ କେବଳ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ପ୍ରାଇମେରୀ ଶିକ୍ଷା ମନ୍ତ୍ରୀ ସନ୍ଦୀପ ସିଂହଙ୍କ କହିବାନୁଯାୟୀ ରାଜ୍ୟରେ ପ୍ରାଇମେରୀ ଶିକ୍ଷା ବିଭାଗ ଅନ୍ତର୍ଗତ ସମସ୍ତ ସ୍କୁଲ ବନ୍ଦ ରହିବ ।

ବାସ୍ତବରେ ମାତା ଦୁର୍ଗାଙ୍କ ଅଷ୍ଟମୀ ଏବଂ ନବମୀକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । କେତେକ କର୍ମଚାରୀ ସଂଗଠନ ଅନୁଯାୟୀ ଅକ୍ଟୋବର ୧୧ ତ କେଉଁଠି ଅକ୍ଟୋବର ୧୨ରେ ନବମୀ ତିଥି ଥିବାରୁ ଶୁକ୍ରବାର ଓ ଶନିବାର ଛୁଟି ଘୋଷଣା କରାଯାଇଛି । ଏନେଇ ୟୁପି ସରକାର ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଥିଲେ । ଦେଖିବାକୁ ଗଲେ ବର୍ତ୍ତମାନ ୟୁପିରେ ଶୁକ୍ରବାର, ଶନିବାର ଓ ରବିବାର ଛୁଟି ରହୁଛି । ଏଭଳି ସମସ୍ତ ସରକାରୀ କର୍ମଚାରୀ ୩ ଦିନିଆ ଛୁଟିରେ ଉତ୍ସବର ମଜା ଉଠାଇ ପାରିବେ ।

Get real time updates directly on you device, subscribe now.