fbpx

‘ଟକ୍ସିକ ମାସ୍କୁଲିନିଟି’ର ଶିକାର ପୁରୁଷ ପରୁଷ ନିଜ ପାଇଁ ମଧ୍ୟ କ୍ଷତିକାରକ: ଜାଣନ୍ତୁ କ’ଣ କହୁଛି ବିଜ୍ଞାନ

Advertisement

ମୁମ୍ବାଇ: ‘ଟକ୍ସିକ ମାସ୍କୁଲିନିଟି’ ଶବ୍ଦଟି ବର୍ତ୍ତମାନ ସମୟରେ ଇଣ୍ଟରନେଟ ହେଉ ଅବା ସମାଜରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ବିଶେଷ କରି ‘ଆନିମଲ’ ଫିଲ୍ମ ମୁକ୍ତିଲାଭ କରିବା ପରେ ଏହାର ଚର୍ଚ୍ଚା ବଢ଼ିଯାଇଛି । ତେବେ ଏହାର ଅର୍ଥ ହେଉଛି ଏକ ପୁରୁଷତ୍ୱ ଯାହା ବିଷର ଜ୍ୱାଳା ପରି ଭୟଙ୍କର । ତେବେ ଏହା କେବଳ ଅନ୍ୟମାନଙ୍କୁ ପ୍ରଭାବିତ କରେ ନାହିଁ ବରଂ ନିଜ ପାଇଁ ମଧ୍ୟ ଏହା ବେଶ କ୍ଷତିକାରକ ।

ବଲିଉଡ ଫିଲ୍ମ ଏପରି ଚରିତ୍ରକୁ ଅନେକ ବର୍ଷରୁ ଫିଲ୍ମରେ ଦେଖାଇ ଆସୁଛି । ‘କୁଛ କୁଛ ହୋତା ହୈ’ରେ ରାହୁଲ ହେଉ ଅବା ଆଜିର ସମୟରେ ‘କବୀର ସିଂ’ରେ କବୀର ସିଂଠାରୁ ଆରମ୍ଭ କରି ‘ଆନିମଲ’ର କବୀର ପର୍ୟ୍ୟନ୍ତ । ଏହି ସମସ୍ତ ଚରିତ୍ର ଏକ ଟକ୍ସିକ ମାସ୍କୁଲିନିଟିର ପ୍ରମାର ଦେଇଥାନ୍ତି । କିନ୍ତୁ ବିନମ୍ବନା ହେଉଛି ଯେ ଏହି ପ୍ରକାରର ଚଳଚ୍ଚିତ୍ରକୁ ସମାଜ ହିଟ୍ ଫିଲ୍ମର ଟ୍ୟାଗ ଦେଇଥାଏ । ବିଶେଷ କରି ମହିଳାମାନଙ୍କ ମଧ୍ୟରେ ଏହା ବେଶ ଆଦୃତ ହେବାରେ ଲାଗିଛି ।

ନିକଟରେ ଫିଲ୍ମ ‘ଆନିମଲ’ରେ ରଣବୀର କପୁରଙ୍କ ଚରିତ୍ରକୁ ନେଇ ଏହିପରି ଅଭିଯୋଗ ଆସିଥିଲା । ତେବେ ଏହି ଅଭିଯୋଗକୁ ନେଇ ସେହି ଫିଲ୍ମର ଆଉ ଜଣେ କଳାକାର ବବି ଦେଓଲ ଫିଲ୍ମରେ ଟକ୍ସିକ ମାସ୍କୁଲିନିଟି ସପକ୍ଷରେ କହିଥିଲେ ଯେ- ଫିଲ୍ମର କାହାଣୀ ସେହି ଜିନିଷ ଉପରେ ଆଧାରିତ ଯାହା ବର୍ତ୍ତମାନ ସମାଜରେ ଘଟୁଛି ।

ତେବେ ଏହି ଟକ୍ସିକ ମାସ୍କୁଲିନିଟି ପ୍ରକୃତରେ ଏକ ପୁରୁଷ-ପ୍ରଧାନ ଶବ୍ଦ ଯାହା ପ୍ରାୟ ଅର୍ଥ ହେଉଛି ଯେ ପୁରୁଷମାନେ ସ୍ୱତନ୍ତ୍ର ଭାବରେ ନିଜ ପୁରୁଷତ୍ୱର ପ୍ରଦର୍ଶନ କରିବା । ତେବେ ଏହା ସେମାନଙ୍କର ଶକ୍ତିଶାଳୀ, କଠୋର, ହିଂସାତ୍ମକ ଏବଂ ସ୍ତ୍ରୀ-ବିରୋଧୀ ବ୍ୟବହାରକୁ ଦର୍ଶଇଥାଏ । ଏହା ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ତଥା ସମଗ୍ର ସମାଜ ପାଇଁ ନକାରାତ୍ମକ ପରିଣାମ ଆଣିପାରେ ।

ମେଡିକାଲ ସାଇନ୍ସ ଅନୁଯାୟୀ, ଏପରି ବ୍ୟକ୍ତିତ୍ୱ ଥିବା ବ୍ୟକ୍ତି ଚିନ୍ତା, ଉଦାସୀନତା ଏବଂ ଆତ୍ମହତ୍ୟା ପରି ମାନସିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି କିମ୍ବା ଭବିଷ୍ୟତରେ ଏପରି କରି ମଧ୍ୟ ପାରନ୍ତି । ପରିବାରର ମହିଳାମାନେ ଏପରି ପୁରୁଷଙ୍କ ଦ୍ୱାରା ଘରୋଇ ନିର୍ୟାତନାର ସମ୍ମୁଖୀନ ହୋଇଥାଆନ୍ତି । ଏହି ଆଚରଣର ଶିକାର ଗର୍ଲଫ୍ରେଣ୍ଡ ମଧ୍ୟ ହୋଇପାରେ ।

ତେବେ ଏପରି ବ୍ୟକ୍ତି ସମାଜର ମୁଖ୍ୟ ସ୍ରୋତରୁ ଅଲଗା ହୋଇ ଯାଇଥାନ୍ତି । ତେବେ ଯଦି ଆପଣଙ୍କୁ ଏହା ଅନୁଭବ ହେଉଛି ଯେ ଆପଣ ମଧ୍ୟ ଏହି ଦିଗରେ ଗତି କରୁଛନ୍ତି ତେବେ ଏ ନେଇ କାହା ସହିତ କଥାବାର୍ତ୍ତା କରନ୍ତୁ । ନଚେତ ଏ ନେଇ ଆପଣ କୌଣସି ମନସ୍ତତ୍ତ୍ୱବିତଙ୍କ ସହ ମଧ୍ୟ ପରାମର୍ଶ କରିପାରିବେ ।

Get real time updates directly on you device, subscribe now.