fbpx
BSKY SKY
BSKY SKY

ଓମିକ୍ରନର Stealth ଭର୍ସନ: ଆରଟିପିସିଆର ଟେଷ୍ଟରେ ବି ହେଉନି ଚିହ୍ନଟ

BSKY

ନୂଆଦିଲ୍ଳୀ: କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ବର୍ତ୍ତମାନ ବୈଜ୍ଞାନିକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଓମିକ୍ରନ ଭାଇରସର ଏକ ଷ୍ଟେଲଥ୍ ଭର୍ସନ ବା ଚୋରା ଭର୍ସନ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ବୈଜ୍ଞାନିକ । ଏପରିକି ସାଧାରଣ ଲାବ ଟେଷ୍ଟରୁ ଏହାକୁ ଚିହ୍ନଟ କରିବା କଷ୍ଟକର ବୋଲି କୁହାଯାଇଛି । ଏହି ଚୋରା ଭର୍ସନର ଏକାଧିକ ମ୍ୟୁଟେସନ ରହିଛି । ତେବେ ଏହାର ଏସ ଜିନରେ ପରିବର୍ତ୍ତନ କାରଣରୁ ହିଁ ଆରଟିପିସିଆର ଟେଷ୍ଟରେ ଏହା ଜଣାପଡୁଛି । ଦ ଗାର୍ଡିଆନରେ ପ୍ରକାଶିତ ଏକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଜେନୋମ ବିଶ୍ଲେଷଣ ଦ୍ୱାରା ହିଁ ଓମିକ୍ରନର ଏହି ନୂତନ ଭାରିଆଣ୍ଟର ଉପସ୍ଥିତି ଜଣା ପଡୁଥିବାରୁ ଏହାକୁ ଷ୍ଟେଲଥ୍ ଓମିକ୍ରନ ନାମରେ ନାମିତ କରାଯାଇଛି । ଓମିକ୍ରନର ଏହି ନୂତନ ଭାରିଆଣ୍ଟ ସାଉଥ୍ ଆଫ୍ରିକା, ଅଷ୍ଟ୍ରେଲିଅ ଓ କାନାଡାରେ ଚିହ୍ନଟ କରାଯାଇଛି । ଲଣ୍ଡନର ୟୁନିଭର୍ସିଟି କଲେଜ ଜେନେଟିକ୍ସ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ତଥା ପ୍ରଫେସର ଫ୍ରାନ୍ସୋଇସ ବେଲୋକ୍ସ ଏହା ଉପରେ ଅଧିକ ରିସର୍ଚ୍ଚ କରୁଛନ୍ତି । ସମୁଦାୟ ଓମିକ୍ରନ ମାମଲାର ୬ ପ୍ରତିଶତ ଏହି ଚୋରା ଭାରିଆଣ୍ଟ ବୋଲି ସେ ପ୍ରକାଶ କରିଛନ୍ତି ।

ପ୍ରଫେସର ଫ୍ରାନ୍ସୋଇସ ବେଲୋକ୍ସଙ୍କ ଦ୍ୱାରା କରାଯାଇଥିବା ପରୀକ୍ଷଣ ଅନୁଯାୟୀ ବିଏ-୧ ଏବଂ ବିଏ-୨ ମଧ୍ୟରେ ସାମାନ୍ୟ ଫରକ ରହିଛି । ଉଭୟଙ୍କର ଜେନେଟିକ୍ସ ସମ୍ପୂର୍ଣ୍ଣ ଅଲଗା ରହିଛି ତେଣୁ ଉଭୟ ଭିନ୍ନ ବ୍ୟବହାର ଦେଖାଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଆଶ୍ୱସ୍ତିର ଖବର ଏହା କି ଏହି ନୂତନ ଭାରିଆଣ୍ଟ ଡେଲ୍ଟା ଠାରୁ ଭୟାନକ ନୁହେଁ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ବର୍ତ୍ତମାନର ପ୍ରଚଳିତ ଭ୍ୟାକ୍ସିନ ଏହି ଭାଇରସରୁ ସୁରକ୍ଷା ଦେବା ପାଇଁ ଯଥେଷ୍ଟ ବୋଲି ହୁ ପକ୍ଷରୁ କୁହାଯାଇଛି ।

ପ୍ରାଥମିକ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ଏତେଟା ଦୃଢ ନୁହେଁ ବୋଲି କହିଛନ୍ତି ହୁର ନିର୍ଦ୍ଦେଶକ ମାଇକେଲ ରାୟାନ । ଏହା ସହିତ ଟିକା ବିରୋଧରେ ଏହା କେତେ ପ୍ରଭାବଶାଳୀ ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ । ଆମେରିକାର ସ୍ୱାସ୍ଥ୍ୟ ସଚିବ ଆନ୍ଥୋନୀ ଫାକୁଇ ମଧ୍ୟ ଏହାକୁ ପୂର୍ବ ଭାରିଆଣ୍ଟ ତୁଳନାରେ ସାଧାରଣ ବୋଲି କହିଛନ୍ତି । ତେବେ ଏହାର ସଂକ୍ରମଣ କରିବା କ୍ଷମତା କିନ୍ତୁ ଅଧିକ ଶକ୍ତିଶାଳୀ ବୋଲି ସେ କହିଛନ୍ତି । ତେବେ ଏହା ଡେଲଟା ଠାରୁ କ୍ଷତିକାରକ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.