fbpx

ବୈଜ୍ଞାନିକଙ୍କୁ ମିଳିଲା ଦୁଇଟି ଗୋଡ଼ ଥିବା ଏକ ନୂଆ ଡାୟନୋସରର ଜୀବାଶ୍ମ

ନୂଆଦିଲ୍ଲୀ: ଡାୟନୋସୋର ପରି ଏକ ବିଶାଳକାୟ ଜୀବକୁ ନେଇ ଅନେକ ସମୟରେ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ଦେଇଥାନ୍ତି । ତେବେ ନିକଟରେ ଏଭଳି ଏକ ନୂଆ ତଥ୍ୟର ପର୍ଦ୍ଦାଫାସ ବୈଜ୍ଞାନିକମାନେ କରିଛନ୍ତି । ପାଖାପାଖି ୧୦ କୋଟି ବର୍ଷ ପୂର୍ବେ ଦୁଇ ଗୋଡ଼ ଧାରୀ ଡାୟନୋସର ଜୀବିତ ଥିଲା । ଉକ୍ତ ଡାୟନୋସର କମ୍ ଉଚ୍ଚତା ବିଶିଷ୍ଟ ଥିଲା ।

ବୈଜ୍ଞାନିକମାନେ କ୍ରିଟେଶିୟସ ପିରିୟଡ଼ର ଏକ ଡାୟନୋସରର ଜୀବାଶ୍ମ ପାଇଛନ୍ତି । ଏହି ଜୀବାଶ୍ମର ସନ୍ଧାନ ଦକ୍ଷିଣୀ ଆର୍ଜେଣ୍ଟିନାରୁ ମିଳିଛି । ବୈଜ୍ଞାନିକଙ୍କ ମତରେ, କ୍ରିଟେଶିୟସ ପିରିୟଡ଼ର ଏହି ଡାୟନୋସରର ନାମ ଜକାପିଲ କନିୟୁକୁରା ଥିଲା । ତା’ର ବେକ ଓ ଲାଞ୍ଜ ପାଖରେ ବୋନୀ ଡିସ୍କ ଆକାରର ପଂକ୍ତିଆଁ ଥିଲା । ଏହା ଡାୟନୋସର ପାଇଁ କବଚ ପରି କାମ କରୁଥିଲା, ଫଳରେ ସେ ସୁରକ୍ଷିତ ରହୁଥିଲା । ଏହି ଡାୟନୋସରର ଲମ୍ବ ପାଖାପାଖି ୫ ଫୁଟ ଏବଂ ଓଜନ ୪-୭ କେଜି ଥିଲା ।

ଗତ ୧୦ ବର୍ଷ ମଧ୍ୟରେ ଏହି ଡାୟନୋସରର ଜୀବାଶ୍ମ ରିୟୋ ନୀଗ୍ରୀ ପ୍ରାନ୍ତର ଲା ବୁଇତ୍ରେରା ପାଲେଓନ୍ତୋଲୋଜିକାଲ ଜୋନର ପେଟାଗୋନିଆର ଏକ ଡ୍ୟାମ ନିକଟରୁ ମିଳିଥିଲା । ଏକ ସାଇଣ୍ଟିଫିକ୍ ରିପୋର୍ଟରେ ବୈଜ୍ଞାନିକମାନେ ଜକାପିଲ ଡାୟନୋସୋର ବିଷୟରେ ଉଲ୍ଲେଖ କରିଛନ୍ତି । ଏହି ଡାୟନୋସର ଥାୟରୋଫୋରନ ଗ୍ରୁପର ଅଂଶବିଶେଷ ଅଟେ । ବୈଜ୍ଞାନିକମାନେ ଜକାପିଲ ଡାୟନୋସରର କଙ୍କାଳର କିଛି ଅଂଶ ପାଇଛନ୍ତି । ସେଥିରେ ୧୫ଟି ଦାନ୍ତର ଖଣ୍ଡ ରହିଥିଲ, ଯାହାକି ପତ୍ର ପରି ଥିଲା ।

Get real time updates directly on you device, subscribe now.