fbpx

କୁକର ଏକ୍ସଲକୁ ଦିଆଯିବ ମରଣୋତ୍ତର ବୀରତା ପୁରସ୍କାର, ଗତ ମାସରେ ଆତଙ୍କୀ ଏନକାଉଣ୍ଟରରେ ହୋଇଥିଲା ଶହୀଦ

ନୂଆଦିଲ୍ଳୀ: ଭାରତୀୟ ସେନାର ସନ୍ଧାନୀ କୁକୁର ‘ଏକ୍ସଲ’କୁ ମରୋଣତ୍ତର ବୀରତା ପୁରସ୍କାରରେ ସମ୍ମାନିତ କରାଯିବ । ଗତ ମାସରେ ଜମ୍ମୁ-କଶ୍ମୀରର ବାରାମୂଳାରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସେ ଶହୀଦ ହୋଇଥିଲା । ଚଳିତ ସ୍ୱାଧୀନତା ଦିବସରେ ବୀରତା ପୁରସ୍କାର ଦ୍ୱାରା ସମ୍ମାନିତ କରାଯିବ ।

୩୦ ଜୁଲାଇରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ବିଳମ୍ବିତ ରାତିରେ ହୋଇଥିବା ଏକ ଏନକାଉଣ୍ଟରରେ ଆତଙ୍କବାଦୀ ଏକ୍ସଲକୁ ଗୁଳିମାରିଥିଲେ, ଯେଉଁଥିରେ ସେ ଆହତ ହୋଇଥିଲା ଏବଂ ପରେ ମୃତ୍ୟୁବରଣ କରିଥିଲା । ଏକ୍ସଲ ୨୯ ରାଷ୍ଟ୍ରୀୟ ରାଇଫଲରେ ନିଯୁକ୍ତି ହୋଇଥିଲା । ଭାରତୀୟ ସେନା ପକ୍ଷରୁ ଏକ୍ସଲକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

ସୂଚନାଯୋଗ୍ୟ, ବାରାମୂଳାର କ୍ରୀରୀ ଅଞ୍ଚଳର ବାନୀଗାମ ବାଲାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ଆଧାରରେ ଜମ୍ମୁ-କଶ୍ମୀର ପୋଲିସ ଏବଂ ସେନା ଏକ ସଂଯୁକ୍ତ ଅଭିଯାନ ଚଳାଇଥିଲେ । ଏହି ଅଞ୍ଚଳକୁ ଘେରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏକ୍ସଲ ର ବଡିରେ କ୍ୟାମେରା ଲଗାଇ ଟାର୍ଗେଟ ହାଉସ ପର୍ଯ୍ୟନ୍ତ ପଠାଯାଇଥିଲା । ଏହି ସମୟରେ ଆତଙ୍କବାଦୀମାନେ ଏକ୍ସଲ ଉପରକୁ ଗୁଳି ଚଳାଇଥିଲେ ।

ପୁଣି ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିଚଳାଇଥିଲେ, ଯାହାର ଜବାବୀ ହମଲା କରିଥିଲେ ସୁରକ୍ଷାକର୍ମୀ । ଯେଉଁଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଏହି ସମୟରେ ୨ ସୁରକ୍ଷାକର୍ମୀ ଆହତ ହୋଇଥିଲେ ।

Get real time updates directly on you device, subscribe now.