fbpx

Video Sex କରିବେ ଉର୍ଫି ଜାଭେଦ! ଚାଟ ସେୟାର କରି ଏମିତି କାହିଁକି କହିଲେ ଅଭିନେତ୍ରୀ?

ନୂଆଦିଲ୍ଲୀ: ବୋଲ୍ଡନେସ ଏବଂ ଫଟୋଶୁଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ଉର୍ଫି ଜାଭେଦ । ତାଙ୍କ ଫେସନ ଷ୍ଟାଇଲ ଏବଂ ନିଆରା ଡ୍ରେସିଙ୍ଗ ତାଙ୍କୁ ଫ୍ୟାନ୍ସମାନଙ୍କ ପାଖରେ ଖୁବ ପରିଚିତ କରାଇସାରିଛି । ସବୁବେଳେ ନିଜ ପୋଷ୍ଟକୁ ନେଇ ଆଲୋଚନାରେ ରହୁତିବା ଉର୍ଫି କିନ୍ତୁ ଏବେ ଆଉ ଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ଭିଡିଓ ସେକ୍ସ କରିବା ମାମଲାରେ ଚର୍ଚ୍ଚାର କାରଣ ପାଲଟିଛନ୍ତି । ଏଥିପାଇଁ ସେ ପୋଲିସରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

ଉର୍ଫିଙ୍କ ଅଭିଯୋଗ ଅନୁଯାୟୀ, ଜଣେ ବ୍ୟକ୍ତି ତାଙ୍କୁ ଦୀର୍ଘ ଦିନରୁ ହଇରାଣ କରୁଛି । ୨ ବର୍ଷ ତଳେ କେହି ଜଣେ ବ୍ୟକ୍ତି ଉର୍ଫିଙ୍କ ଫଟୋକୁ ଅଶ୍ଳୀଳ କରି ଏହାକୁ ଭାଇରାଲ କରିଥିଲା । ଏ ନେଇ ପୋଲିସ ନିକଟରେ ଉର୍ଫି ଅଭିଯୋଗ କରିଥିବା ମଧ୍ୟ କହିଛନ୍ତି । ୨ ବର୍ଷ ତଳେ ପୋଷ୍ଟ କରିଥିବା ଏକ ଫଟୋ ପରିବର୍ତ୍ତେ ଜଣେ ବ୍ୟକ୍ତି ଉର୍ଫିଙ୍କୁ ଭିଡିଓ ସେକ୍ସ କରିବା ପାଇଁ ବାଧ୍ୟ କରିଥିଲା । ନଚେତ ସେହି ଫଟୋକୁ ବିଭିନ୍ନ ବଲିଉଡ ପେଜକୁ ଦେଇ ତାଙ୍କ କ୍ୟାରିୟର ବରବାଦ କରି ଦେବା ପାଇଁ ଧମକ ଦେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

ସୋସିଆଲ ମିଡିଆ ଦ୍ୱାରା ବ୍ୟକ୍ତିଜଣକ ଉର୍ଫିଙ୍କୁ ବ୍ଲାକମେଲ କରି ସାଇବର ରେପ କରିବା ପାଇଁ ଉଦ୍ୟମ କରିଥିବା କହିଛନ୍ତି ଉର୍ଫି । ତେବେ ଅଭିଯୋଗକୁ ୧୪ ଦିନ ବିତି ଯାଇଥିଲେ ମଧ୍ୟ ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଉର୍ଫି କହିଛନ୍ତି । ସେପଟେ ଅଭିଯୁକ୍ତକୁ ମହିଳା ଏବଂ ସାରା ସମାଜ ପାଇଁ ବିପଦ ବୋଲି କହିଛନ୍ତି ଉର୍ଫି । ତେବେ ଶେଷରେ ଅଭିଯୁକ୍ତ ପଞ୍ଜାବ ଇଣ୍ଡଷ୍ଟ୍ରୀର ବୋଲି ସେ ସୂଚନା ଦେଇଛନ୍ତି ।

 

View this post on Instagram

 

A post shared by Uorfi (@urf7i)

Get real time updates directly on you device, subscribe now.