fbpx

Reliance Digital ପକ୍ଷରୁ Digital India Sale ଘୋଷଣା: AC, TV, Laptop ଓ Mobile ଉପରେ ବମ୍ପର ଡିସକାଉଣ୍ଟ

ନୂଆଦିଲ୍ଲୀ: ରିଲାଏନ୍ସ ଡିଜିଟାଲ ପକ୍ଷରୁ ଡିଜିଟାଲ ଇଣ୍ଡିଆ ସେଲ ପାଇଁ ଘୋଷଣା କରାଯାଇଛି । ଏହି ସେଲ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଆପଣମାନେ ଅନେକ ସାମଗ୍ରୀ ଉପରେ ବମ୍ପର ରିହାତି ପାଇ ପାରିବେ । ଏଥିରେ ଟିଭି, ଲାପଟପ୍, ମୋବାଇଲ, ଏସି ଉପରେ ବହୁତ ଡିସକାଉଣ୍ଟ ଦିଆଯାଉଛି ।

ଉଭୟ ଅନଲାଇନ ଓ ଅଫଲାଇନ ରିଟେଲ ଷ୍ଟୋର ଚେନ ପକ୍ଷରୁ ରିଲାଏନ୍ସ ଡିଜିଟାଲ ସେଲ ଘୋଷଣା କରାଯାଇଛି । ଏହି ସେଲର ନାମ ଡିଜିଟାଲ ଇଣ୍ଡିଆ ସେଲ ରଖାଯାଇଛି । ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହାକୁ ପାଳନ କରିବା ପାଇଁ କମ୍ପାନୀ ଡିଜିଟାଲ ଇଣ୍ଡିଆ ସେଲର ଆୟୋଜନ କରିଛି । ଏଥିରେ ଅନେକ ପ୍ରକାରର ପ୍ରଡକ୍ଟସ ଉପରେ ବମ୍ପର ରିହାତି ସହ ବିକ୍ରି କରାଯାଉଛି ।

ଡିଜିଟାଲ ଇଣ୍ଡିଆ ସେଲରେ ଲାପଟପ, ଟିଭି, କିଚେନ ଓ ହୋମ ଆପ୍ଲାଏନ୍ସ ସହିତ ଅନ୍ୟ ବିଭିନ୍ନ ପ୍ରକାରର ସାମଗ୍ରୀ ଉପରେ ରିହାତି ମିଳୁଛି । ରିଲାଏନ୍ସ ଡିଜିଟାଲ ଲିଡିଂ ବ୍ୟାଙ୍କ କାର୍ଡସ ଓ ଫାଇନାନ୍ସ ଅପ୍ସନ ଉପରେ ୧୦ ପ୍ରତିଶତର ସୁଧ ରିହାତି ଦେଉଛି । ଆପଣ ଡିଲ୍ସ ଓ ଡିସକାଉଣ୍ଟର ଫାଇଦା ରିଲାଏନ୍ସ ଡିଜିଟାଲ ଅଫଲାଇନ ଷ୍ଟୋର୍ସ, ମାଇଁ ଜିଓ ଷ୍ଟୋର୍ସ ଓ www.reliancedigital.in ଉପରେ ଉଠାଇ ପାରିବେ ।

Get real time updates directly on you device, subscribe now.