fbpx

ସ୍ତ୍ରୀଙ୍କ ଡରରେ ଲୁଚିଥିଲେ ଯୁବକ: ସେପଟେ ଅପହରଣ ହୋଇଛନ୍ତି ଭାବି ଖୋଜୁଛି ପୋଲିସ, ଘଟଣା କ’ଣ?

ଗୋଟିଏ କେସ ସମାଧାନ କରୁ କରୁ ଏକ ହରଣଘଡାରେ ପଡିଯାଇଛି ନିଜେ ପୋଲିସ । ଜଣେ ବ୍ୟକ୍ତିଙ୍କ ଅପହରଣ ଘଟଣାର ତଦନ୍ତ କରୁ କରୁ ଏମିତି ଏକ ମନ୍ତବ୍ୟ ସାମନାକୁ ଆସିଛି ଯାହାକୁ ଶୁଣି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଛି । ଅପହରଣ ହୋଇଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରିବାରେ ସଫଳ ହୋଇଛି ପୋଲିସ । କିନ୍ତୁ ତା ପରେ ଯାହା ଜାଣିବାକୁ ମିଳିଛି, ସେସବୁ ଶୁଣି ପୋଲିସ ଏବେ ଦ୍ୱନ୍ଦ୍ୱରେ ପଡିଯାଇଛି । ବ୍ୟକ୍ତିଜଣକ ଅପହରଣ ହୋଇନଥିଲେ ବରଂ ନିଜ ପତ୍ନୀଙ୍କ ଭୟରେ ଲୁଚିଥିଲେ ବୋଲି ପୋଲିସକୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ଚୈନପୁରା ଗ୍ରାମର ଶିବକାନ୍ତଙ୍କ ସହ ପ୍ରତାରଣା କରି ୧୬ ବିସା ଜମି ହେରଫେର କରି ନେଇଛନ୍ତି । ଶିବକାନ୍ତଙ୍କ ମାନସିକ ସ୍ଥିତି ଠିକ ରହୁ ନଥିବାରୁ ଏହାର ଫାଇଦା ଉଠାଇ ଜମି ହଡପ କରି ନେବା ପରେ ସେ ଗାଏବ ଥିବା ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ । ଏହାପରେ ଅଭିଯୋଗ ଆଧାରରେ ତଦନ୍ତ କାର୍ଯ୍ୟ ଆରମ୍ଭ କରିବା ସହ ଶିବକାନ୍ତଙ୍କୁ ଖୋଜାଖୋଜି ମଧ୍ୟ ଆରମ୍ଭ କରି ଦେଇଥିଲା କପ୍ତାନଗଞ୍ଜ ପୋଲିସ ।

ତେବେ ଅଭିଯୋଗର ମାତ୍ର ୧୨ ଘଣ୍ଟା ଭିତରେ ପୋଲିସ ଶିବକାନ୍ତଙ୍କୁ ଲକ୍ଷେ୍ନøରୁ ଖୋଜି ବାହାର କରିଛି । କିନ୍ତୁ ପରିବାରକୁ ହସ୍ତାନ୍ତର କରିବା ସମୟରେ ଶିବକାନ୍ତ ଏକ ଅଦ୍ଭୁତ କଥା କହିଛନ୍ତି, ଯାହା ପୋଲିସକୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି । ନିଜ ସ୍ତ୍ରୀ ଏବଂ ମା’ ହିଁ ତାଙ୍କ ଜୀବନ ପାଇଁ ବିପଦ ପାଲଟିଥିବା ସେ ପୋଲିସକୁ କହିଛନ୍ତି । ତେଣୁ ସେ ଅପହରଣର ମିଛ ନାଟକ କରି ଲୁଚି ଯାଇଥିବା ପ୍ରକାଶ କରିଛନ୍ତି ।

ତେବେ ପୋଲିସ ଏଭଳି ଏକ କାହାଣୀ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛି । ଶିବକାନ୍ତଙ୍କ ଏହି କାହାଣୀ ଏକ ଫିଲ୍ମର କାହାଣୀ ଭଳି ହୋଇଥିଲେ ବି ଏହା ସତ । ବେଇମାନୀ କରି ଜମି ହଡପ କରିବା ପରେ ନିଜ ପରିବାରଠୁ ବଞ୍ଚିବା ପାଇଁ ଜଣେ ବ୍ୟକ୍ତି ଅପହରଣର ମିଛ ନାଟକ କରିଥିବା ଘଟଣା ହୁଏତ ଏହା ପ୍ରଥମ ।

Get real time updates directly on you device, subscribe now.