fbpx

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପିଏଙ୍କୁ କରୋନା, ସଂସ୍ପର୍ଶରେ ଆସିଥିଲେ ମୁଖ୍ୟମନ୍ତ୍ରୀ

AAKASH

ଭୋପାଳ,୭ା୭ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ବା ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବ୍ୟକ୍ତିଗତ ସହାୟକ ବା ପିଏ ଅନିଲ ମିଶ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନିଲଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯିବ ପରେ ତାଙ୍କର ଟେଷ୍ଟ ହୋଇଥିଲା। ଆଜି ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ଜଣ ପଡିଛି । କରୋନା ରିପୋର୍ଟ ଆସିବା ପୂର୍ବରୁ ଅନିଲ୍‌ ସିନ୍ଧିଆଙ୍କ ସହିତ ବିଭିନ୍ନ ସ୍ଥାନକୁ ଯାଇଛନ୍ତି। ତେବେ କେବଳ ସିନ୍ଧିଆ ନୁହଁନ୍ତି , ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସମ୍ପର୍କରେ ବି ଅନିଲ ଆସିଛନ୍ତି ।

ସୂଚନା ମୁତାବକ, ଜୁଲାଇ ୨ ତାରିଖରେ ସିନ୍ଧିଆ ବିଧାୟକଙ୍କୁ ଭେଟିବା ସହିତ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। ଏହି ସମାରୋହରେ ଅନୀଲ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। ରିପୋର୍ଟ ଆସିବା ପରେ ତାଙ୍କୁ ଗ୍ବାଲିୟରରେ ଚିକିତ୍ସା କରାଯାଉଛି । ଅନ୍ୟପଟେ ଅନିଲ କରୋନାରେ ସଂକ୍ରମିତ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି । ଏବେ କାହା କାହାକୁ କ୍ୱାରେଣ୍ଟାଇନରେ ରଖିବ ବୋଲି ବିଜେପି ଚିନ୍ତାରେ ପଡିଛି ।

Get real time updates directly on you device, subscribe now.