fbpx
BSKY
BJD YOUTH SKY
BJD MS SKY

କରୋନା ଆତଙ୍କ, ୩୦ ପ୍ରତିଶତ କମିଲା ସିବିଏସଇ ସିଲାବସ୍

ଭୁବନେଶ୍ୱର, ୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆତଙ୍କ ଖେଳାଇବାରେ ଲାଗିଛି କରୋନା । କରୋନା ସହ ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି । ଲକଡାଉନ ପାଇଁ ସବୁ ସ୍କୁଲ ଓ କଲେଜ ବନ୍ଦ ରହିିଥିବାରୁ ୨୦୨୦-୨୧ର ପାଠପଢ଼ା ବ୍ୟାହାତ ହୋଇଛି । ଆଗରୁ ପିଲାମାନଙ୍କ ପାଠପଢ଼ାରେ ବାଧା ନଉପୁଜିବା ପାଇଁ ମଧ୍ୟ ଅନଲାଇନ ପାଠପଢ଼ାର ବ୍ୟବସ୍ଥା କରାଯାଇଥିଲା ।

ସେହିପରି ଆଜି ମଧ୍ୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କରେନା ପାଇଁ ସିବିଏସଇ ପାଠ୍ୟକ୍ରମର ସିଲାବସ୍ ୩୦ ପ୍ରତିଶତ କମେଇ ଦିଆଯାଇଛି । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ପିଲାଙ୍କ ସିଲାବସ କମାଇବାକୁ ନିଷ୍ପତ୍ତି ନିଆଯାଇଛି । ଶିକ୍ଷକ, ଅଭିଭାବକ ଓ ଶିକ୍ଷାବିତଙ୍କ ପରାମର୍ଶରେ ଏହିପରି ନିଷ୍ପତ୍ତି ନିଆଯାଇଛି । ଯେଉଁ ବିଷୟ ଅନ୍ୟ ଅଧ୍ୟାୟରେ ହୋଇଯାଇଛି ତାକୁ ବାଦ ଦିଆଯାଇଛି ।

Get real time updates directly on you device, subscribe now.