ଗୋଡ଼ ହାତ ବାନ୍ଧି ଉପରେ ପରିସ୍ରା କଲେ; ପ୍ରାଇଭେଟ୍ ପାର୍ଟକୁ ପିଟିଲେ, 2 ଘଣ୍ଟା ଧରି ଦେଲେ ନିର୍ଯ୍ୟାତନା

ଉତ୍ତର ପ୍ରଦେଶର ହାପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବିଲ୍ଡରଙ୍କୁ ବାନ୍ଧି ଦୁଇ ଘଣ୍ଟା ଧରି ନିର୍ଯାତନା ଦିଆଯାଇଛି।

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହାପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବିଲ୍ଡରଙ୍କୁ ବାନ୍ଧି ଦୁଇ ଘଣ୍ଟା ଧରି ନିର୍ଯାତନା ଦିଆଯାଇଛି। ସାତ ଜଣ ଲୋକ ବିଲ୍ଡରଙ୍କୁ ଏକ କୋଠରୀରେ ଚେୟାରରେ ବାନ୍ଧି ଦେଇଥିଲେ। ତା’ପରେ ସେମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। କେବଳ ଏତିକି ନୁହେଁ, ଅଭିଯୁକ୍ତ ବିଲ୍ଡରଙ୍କ ଉପରେ ପରିସ୍ରା ମଧ୍ୟ କରିଥିଲେ। ରାପରେ ତାଙ୍କ ଗୁପ୍ତାଙ୍ଗକୁ ବାଡ଼ିରେ ପିଟିଥିଲେ। ପୀଡିତ ବିଲ୍ଡରଙ୍କ ନାମ ପବନ କୁମାର। ଏହି ସମ୍ପୂର୍ଣ୍ଣ ମାମଲା ହାପୁର ରୋଡରେ ଅବସ୍ଥିତ ମୋଦିପୋନ କଲୋନିର।

ମାମଲା ବିଷୟରେ ଅଭିଯୋଗ କରିବା ସମୟରେ ବିଲ୍ଡରଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଘଟଣାର ପାଞ୍ଚ ଦିନ ପରେ ମଧ୍ୟ ପୋଲିସ ଏନେଇ କୌଣସି ମାମଲା ରୁଜ୍ଜୁ କରିନଥିଲା। ପୀଡିତ ବିଲ୍ଡର ସହରର ସୁଭାଷ ବିହାର କଲୋନିର ବାସିନ୍ଦା।

ବିଲଡର ଜଣକ କହିଛନ୍ତି ଯେ ଜଣେ କର୍ମଚାରୀ ତାଙ୍କ ପାଇଁ କାମ କରୁଥିଲେ। ବିଲଡର ତାଙ୍କ କାର୍ଯ୍ୟାଳୟରୁ ୧ ଲକ୍ଷ ନଗଦ ଟଙ୍କା ଏବଂ ୫ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିଥିବା ନେଇ କର୍ମଚାରୀଙ୍କ ନାଁରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ଏନେଇ କୌଣସି ପଦକ୍ଷେପ ନେଇ ନଥିଲା ।

କର୍ମଚାରୀଙ୍କ ବନ୍ଧୁ ବିଲଡରଙ୍କୁ ଫୋନ୍ କରିଥିଲେ

ବିଲଡରଙ୍କ ଅନୁଯାୟୀ, ତାଙ୍କୁ ୨୭ ଜୁଲାଇରେ ଏକ ଫୋନ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ କର୍ମଚାରୀଙ୍କ ବନ୍ଧୁ ଭାବରେ ପରିଚୟ ଦେଇଥିଲେ ଏବଂ ଚୋରିର ପର୍ଦ୍ଦାଫାସ କରିବାରେ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହା ସହିତ ବିଲ୍ଡରଙ୍କୁ ମୋଦିପୋନ୍ କଲୋନିକୁ ଡକାଇଥିଲେ।

ଏହାପରେ ତାଙ୍କୁ ଏକ ଘରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଅଭିଯୁକ୍ତମାନେ ଏ ଘଟଣାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ। ପୋଲିସ ପୀଡିତଙ୍କୁ ଚିକିତ୍ସା ପାଇଁ ଏକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ଘଟଣାର ପାଞ୍ଚ ଦିନ ପରେ ମଧ୍ୟ ପୋଲିସ ମାମଲା ରୁଜ୍ଜୁ ନ କରିବା ନେଇ ବିଲଡର ଅଭିଯୋଗ କରିଛନ୍ତି ।