fbpx
BJD SKY
BJD SKY

ବନ୍ୟାରେ ଭାସିଯାଇଥିଲା ୮୭ କାର୍, ନୂଆ କରିକି ବିକିଦେଲେ !

BJD

ଆପଣ ଅନେକ ସମୟରେ ଦେଖିଥିବେ ଯେ ଚୋରମାନେ ଗାଡ଼ି ଚୋରି କରି ଏହାକୁ ବିଭିନ୍ନ ଉପାୟରେ ବିକ୍ରି କରିଦେଇଥାନ୍ତି । କିନ୍ତୁ ଏବେ ପଞ୍ଜାବରେ ଏକ ଏଭଳି ଘଟଣା ଦେଖିବାକୁ ମିଳିଛି ଯାହାକୁ ଜାଣିଲେ ଆପଣ ମୁଣ୍ଡରେ ହାତଦେଇଦେବେ । ପ୍ରକୃତରେ ଏଠାରେ ଜଣେ କବାଡ଼ି ବାଲା ଏଭଳି କିଛି କାରନାମା କରିଛନ୍ତି । ଆଉ ୮୭ ଟି କବାଡୀ ଗାଡ଼ିକୁ ନୂଆ କରି ବିକ୍ରି କରିଦେଇଛନ୍ତି ।

ପଞ୍ଜାବର ପଟିଆଲା ବାହାଦୁରଗଡ଼ର ଏଟେଲିୟର ଅଟୋମୋବାଇଲ ନାମକ ଏକ ମାରୁତି ସୁଜୁକୀ ଡିଲରସିପ ଶୋରୁମରେ ବନ୍ୟା ପାଣି ପଶିଥିଲଶ ଫଳରେ ଶୋରୁମରେ ଥିବା କାର୍ ଭାସିବାକୁ ଲାଗିଥିଲା । ବନ୍ୟା ପ୍ରଭାବିତ ହେବା ପରେ ଏହି କାର୍ ରେ କିଛି ତ୍ରୁଟି ଦେଖାଦେଇଥିଲା । ଫଳରେ କମ୍ପାନୀ ୮୭ କାରକୁ ସ୍କ୍ରାପ୍ ଡିଲରକୁ କେବଳ ୮୫ ଲକ୍ଷ ଟଙ୍କାରେ ବିକ୍ରି କରିଥିଲା ।

କିନ୍ତୁ ଯେଉଁ ସ୍କ୍ରାପ୍ ଡିଲର(scrap dealer)କୁ ଏହି କାର୍ ବିକ୍ରି କାରଯାଇଥିଲା ସେ ଅନ୍ୟ ତିନି ଜଣଙ୍କ ସହ ମିଶି ଏହି ଖରାପ କାର(CAR)କୁ ଠିକ୍ କରାଇଥିଲା ଏବଂ ଏହାର ଚେସିସ୍ ନମ୍ବରରେ ପରିବର୍ତ୍ତନ କରି ରେଜିଷ୍ଟ୍ରର କରାଇ ବିକ୍ରି କରିଦେଇଥିଲା । ଏହି ସବୁ ଗାଡ଼ିରେ ମାରୁତି ସୁଜୁକୀ ଅଲ୍ଟୋ, ସିଆଜ୍, ସ୍ୱିଫ୍ଟ ଡିଜାୟାର, ବଲେନୋ, ବ୍ରିଜା ଭଳି ଅନେକ ଗାଡ଼ି ରହିଥିଲା ।

ପଞ୍ଜାବ ପୋଲିସ ଡିଆଇଜି ଗୁରପ୍ରୀତ ସିଂହ ଭୁଲ୍ଲର କହିଛନ୍ତି ଯେ ଏହି ମାମଲାରେ ସ୍କ୍ରାପ୍ ଡିଲର ସହ ୩ ଜଣକୁ ଗିରଫ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୪୦ କାର୍ କୁ ଜବତ କରାଯାଇଛି । ଏହା ସଫ ପୋଲିସ୍ ଏଭଳି ଏକ ବଡ଼ ଠକାମୀର ପର୍ଦ୍ଦାଫାଶ କରିଛି ପୋଲିସ । ସେ କହିଛନ୍ତି ଯେ ଆଗରେ ଲାଗିଥିବା ପେପର ଟ୍ରେଲକୁ ଠିକ୍ ଭାବରେ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ ୮୭ ଗାଡ଼ି ଏଭଳି ଚାହାର ଚେସିସ ନମ୍ବର ସ୍କ୍ରାପ୍ କରିବା ପୂର୍ବରୁ ନଷ୍ଟ କରିଦିଆଯାଇଥିଲା । ଯେପରି ଏହା ଆଗକୁ ବ୍ୟବହାର ନହୋଇପାରିବ । କିନ୍ତୁ ଏମାନେ ଭିନ୍ନ ଭିନ୍ନ ରାଜ୍ୟର ଆରଟିଓରେ କାମ କରୁଥିବା ବ୍ୟକ୍ତିଙ୍କ ସହଯୋଗରେ ଏହାକୁ ରେଜିଷ୍ଟର କରାଇଥିଲେ । ସେ ଆହୁରି କହିଛନ୍ତି ଏନେଇ ଯାଞ୍ଚ ଚାଲିଛି । ଏହା ସହ ବାକି କାରକୁ ମଧ୍ୟ ଜବତା କରିବାକୁ ଚେଷ୍ଟା କରାଯାଉଛି ।

Get real time updates directly on you device, subscribe now.