fbpx

‘ଆପତ୍ତିଜନକ ସ୍ଥିତିରେ ଭିଡିଓ କଲ୍ କରୁଥିଲେ…’ Honeytrapର ଶିକାର ହେବାରୁ ବଞ୍ଚିଗଲେ ବିଜେପି ନେତା

ଉତ୍ତରପ୍ରଦେଶ: ହନିଟ୍ରାପର ମାୟାଜାଲରେ ଫସୁ ଫସୁ ବର୍ତ୍ତିଯାଇଛନ୍ତି ବିଜେପିର ଜଣେ ଅଗାଧାଡିର ନେତା । ଏ ନେଇ ଏକ ଅଭିଯୋଗ ଦାୟର କରିଛନ୍ତି ଉତ୍ତରପ୍ରଦେଶ ବିଜନୌରର ପୂର୍ବତନ ବିଜେପି ସାଂସଦ କୁଅଁର ଭାରତେନ୍ଦ୍ର ସିଂହ । ଜଣେ ଅଜଣା ମହିଳା ତାଙ୍କୁ ହନିଟ୍ରାପ ଜାଲରେ ଫସାଇବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି । ଏହାସହିତ ଭିଡିଓ କଲ୍ ମାଧ୍ୟମରେ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିବା ସହ ତାଙ୍କୁ ବ୍ଲାକମେଲ କରୁଥିବା କହିଛନ୍ତି ପୂର୍ବତନ ବିଜେପି ନେତା । ଏ ନେଇ ନଜୀବାବାଦ ଥାନାରେ ସେ ଏକ ମାମଲା ରୁଜୁ କରାଇଛନ୍ତି ।

ପୂର୍ବତନ ବିଜେପି ସାଂସଦ କହିଛନ୍ତି ଯେ, କିଛି ଦିନ ତଳେ ତାଙ୍କୁ ଏକ ଅଜଣା ନମ୍ବରରୁ ଅନେକ ଥର ଭିଡିଓ କଲ୍ ଆସିଥିଲା । ବାରମ୍ବାର ଏହାକୁ ରିଜେକ୍ଟ କରିବା ପରେ ମଧ୍ୟ ସେପଟୁ କଲ୍ ଆସୁଥିଲା । ଏହପରେ ହ୍ୱାଟ୍ସଆପରେ ଏକ ମେସେଜ ଆସିଥିଲା ସାଂସଦଙ୍କ ପାଖକୁ । ଏଥିରେ ସେ ଜଣେ ମହିଳା ଏବଂ ଫୋନ ଉଠାଇବାକୁ କୁହାଯାଇଥିଲା । ତେବେ ଶ୍ରୀ ସିଂହ ଯେତେବେଳେ ଏହି କଲ୍ ରିସିଭ କରିଥିଲେ, ମହିଳା ଜଣକ ଯୌନ ସମ୍ବନ୍ଧ ରଖିବା ପାଇଁ କହିଥଇଲେ ବୋଲି ସେ କହିଛନ୍ତି ।

ଏହି କଲ୍ କାଟିଦେବା ପରେ ଆଉ ଏକ କଲ୍ ଆସିଥିଲା ଯେଉଁଥିରେ ମହିଳାଜଣକ ଆପତ୍ତିଜନକ ଅବସ୍ଥାରେ ରହିଥିଲେ । ତେବେ ଏହି କଲ୍ କାଟିଦେବା ପରେ ତାଙ୍କୁ କିଛି ଫଟୋ ପଠାଇବା ଏହାକୁ ଭାଇରାଲ କରିବା ପାଇଁ କହି ବ୍ଲାକମେଲ କରିବା ଆରମ୍ଭ କରି ଦେଇଥିଲେ । ତେବେ ପୂର୍ବତନ ସାଂସଦଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଧାରା ୬୭, ୫୦୬ ଅନୁସାରେ ମାମଲା ରୁଜୁ କରିଛି । ତେବେ ଏ ଘଟଣା ନେଇ ତଦନ୍ତ ଜାରି ରହିଛି ଏବଂ ସମ୍ପୃକ୍ତ ମହିଳାଙ୍କୁ ଖୋଜା ଚାଲିଥିବା ସୂଚନା ଦେଇଛନ୍ତି ଏସପି ଦିନେଶ ସିଂହ ।

ଏହାବ୍ୟତୀତ ଅଜଣା ନମ୍ବରରୁ ଭିଡିଓ କଲ୍ ଆସିଲେ ଏହାକୁ ରିସିଭ ନ କରିବା ପାଇଁ ଲୋକମାନଙ୍କୁ ସେ ଅପିଲ କରିଛନ୍ତି । ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣା ଘଟିଚାଲିଛି । ତେବେ ଏହାସହ ସମ୍ପୃକ୍ତ ମହିଳାମାନେ ପ୍ରାୟତଃ ରାତି ସମୟରେ ଭିଡିଓ କଲ୍ କରିଥାନ୍ତି । ଏହାକୁ ରିସିଭ କରିବା ମାତ୍ରେ ଏହାର ଫଟୋ ଭିଡିଓ ସହିତ ରହିଯାଇଥାଏ । ପରେ ଏହାକୁ ନେଇ ଗ୍ୟାଙ୍ଗର ସଦସ୍ୟ ବ୍ଲାକମେଲ କରିଥାନ୍ତି । ତେଣୁ ଏଥିରୁ ନିବୃତ୍ତ ରହିବା ପାଇଁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.