fbpx

Video: ଚଳନ୍ତା ଟ୍ରେନରୁ ଓହ୍ଲାଇବାବେଳେ ଖସିଗଲା ଗୋଡ଼, ବଞ୍ଚାଇଦେଲେ ଆରପିଏଫ୍ ଯବାନ, ନହେଲେ…

ମୁମ୍ବାଇ: ତରତର ହୋଇ ଟ୍ରେନରେ ଚଢ଼ିବା କିମ୍ବା ଓହ୍ଲାଇବା ଅନେକ ସମୟରେ ଅସୁବିଧାର କାରଣ ହୋଇଛି । ଏବେ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ ଜଣେ ମହିଳା ସନ୍ତୁଳନ ହରାଇପଡ଼ିଯାଇଥିଲେ । ମହିଳାଙ୍କ ପଡ଼ିଯିବା ଦେଖି ଷ୍ଟେସନରେ ଥିବା ଆରପିଏଫ୍ (RPF)ଯବାନ ସଙ୍ଗେ ସଙ୍ଗେ ତାଙ୍କୁ ଟ୍ରେନ୍ ଠାରୁ ଘୋଷାଡ଼ି ଆଣିଥିଲେ,ଫଳରେ ଏକ ନିଶ୍ଚିତ ଦୁର୍ଘଟଣା ଟଳିଯାଇଥିଲା । ଆଉ ଏହି ପୂରା ଘଟଣାର ଭିଡିଓ ଷ୍ଟେସନରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଥିଲା ।

ସୂଚନା ଅନୂଯାୟୀ, ଏହି ଘଟଣା ମହାରାଷ୍ଟ୍ରର ଗୌନ୍ଦିଆ ଜଙ୍କସନର । ଏହି ଷ୍ଟେସନ ରାଜ୍ୟର ଏକ ଗହଳିପୂର୍ଣ୍ଣ ଷ୍ଟେସନ । ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ଜଣେ ମହିଳା ଚଳନ୍ତା ଟ୍ରେନରେ ଓହ୍ଲାଇବା ସମୟରେ ତାଙ୍କର ସନ୍ତୁଳନ ବିଗିଡ଼ିଯାଉଛି ଆଉ ସେ ପ୍ଲାଟଫର୍ମରୁ ଘୋଷାଡି ହୋଇ ପଡ଼ୁଛନ୍ତି । କିନ୍ତୁ ଠିକ୍ ସେହି ସମୟରେ ସେଠାରେ ଥିବା ଜଣେ ଆରପିଏଫ ପୋଲିସ୍ କର୍ମୀ ତତକ୍ଷଣାତ୍ ମହିଳାଙ୍କୁ ଟେନ୍ ନିକଟରୁ ଭିଡି ଆଣୁଛନ୍ତି ଫଳରେ ତାଙ୍କର ଜୀବନ ବଞ୍ଚିଯାଇଥିଲା ।

ଏହି ଭିଡିଓକୁ ଭାରତୀୟ ରେଳବାଇ(Indian railway) ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି ଆରପିଏଫ୍ ଯବାନଙ୍କୁ ପ୍ରଶଂସା କରିବା ସହ ଏଭଳି ଦୁଃସାହାସିକ ଭାବରେ ଚଳନ୍ତା ଟେନରେ ଚଢ଼ିବା କିମ୍ବା ଓହ୍ଲାଇବାକୁ ମନା କରିଛି ଏବଂ ଏମିତି କରିବା ବିପଦପୂର୍ଣ୍ଣ ବୋଲି କହିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.